www.samajalive.in
Saturday, December 6, 2025
15.1 C
Bhubaneswar

ବିଶ୍ୱକର୍ମା ପୂଜା ଦେଖି ଫେରୁଥିବାବେଳେ ନାବାଳିକାଙ୍କୁ ଗଣ ବଳାତ୍କାର !

ବଣାଇ : ରାଜ୍ୟରେ ଅପରାଧୀକ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ବଣାଇ କେ ବଲାଙ୍ଗ ଅଞ୍ଚଳରୁ ବରସୁଆଁକୁ ବିଶ୍ଵକର୍ମା ପୂଜା ଦେଖିବାକୁ ଯାଇ ଫେରୁଥିବାବେଳେ ଗଣବଳାତ୍କାରର ଶିକାର ହୋଇଛନ୍ତି ଜଣେ ନାବାଳିକା। ସୂଚନା ଅନୁଯାୟୀ ଗୁରୁବାର କେ.ବଲାଙ୍ଗ ଗାଁର ଜଣେ ନାବାଳିକା ନିଜ ସାଙ୍ଗ ମାନଙ୍କ ସହ ମିଶି  ବିଶ୍ଵକର୍ମା ପୂଜା ଦେଖିବାକୁ ବରସୁଆଁକୁ ଯାଇଥିଲେ। ତେବେ ପୂଜା ଦେଖି ଫେରିବା ସମୟରେ ଦୁଇ ଜଣ ଯୁବକ ନାବାଳିକାଙ୍କ ସାଙ୍ଗ ମାନଙ୍କୁ ଭୟଭୀତ କରାଇ ନାବାଳିକାକୁ ଜଙ୍ଗଲକୁ ଟେକି ନେଇଥିଲେ। ଏବଂ ସେଠାରେ ଗଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।

ଗ୍ରାମବାସୀ ଏବଂ ପରିବାର ଲୋକେ ଖବର ପାଇ ବହୁ ଖୋଜାଖୋଜି କରି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ପରେ ଏନେଇ ନାବାଳିକା ଜଣକ କେ ବଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାରେ ଏକ ମାମଲା ରୁଜ୍ଜୁ କରି ଦୁଇ ଯୁବକଙ୍କୁ ଗିରଫ କରିଛି। ଆଜି ନାବାଳିକାଙ୍କର ଡାକ୍ତରୀ ମାଇନା କରାଯିବା ନେଇ ସୂଚନା ମିଳିଛି। ବାରମ୍ବାର ନାବାଳିକାଙ୍କ ପ୍ରତି ଘଟୁଥିବା ଅସଦାଚରଣ ମାମଲା ବଢିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories