www.samajalive.in
Saturday, December 13, 2025
26.1 C
Bhubaneswar

ମଲ୍ ସାମ୍ନାରେ ଆଦାୟ ହେଉଥିବା ପାର୍କିଂ ଫି’କୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲାନି BMC

ଭୁବନେଶ୍ୱର: ମଲ୍‌ରେ ଆଦାୟ ହେଉଥିବା ପାର୍କିଂ ଫି’କୁ ନେଇ BMCର ଆଭିମୁଖ୍ୟ ଅସ୍ପଷ୍ଟ। ଏହା ନିୟମ ନା ନିୟମ ନୁହେଁ କହି ହେବ ନାହିଁ କହିଲେ BMC କମିଶନର। ଏଯାଏଁ କୌଣସି ନିଷ୍ପତ୍ତି ନେଇନୁ, ଆଗକୁ ଆଲୋଚନା ପରେ ନିଷ୍ପତି ନେବୁ। ପାର୍କିଂ ବାବଦକୁ ଟଙ୍କା ନିଆଯିବା ଘଟଣା ବିଷୟରେ ଅବଗତ ଅଛୁ। ‘ଏହାକୁ ନେଇ ଅନେକ ବିବାଦୀୟ ନିୟମ, କୋର୍ଟଙ୍କ ରାୟ ରହିଛି। କିଛି ଲୋକ ବି ପାର୍କିଂର ଅପବ୍ୟବହାର କରିବା ଦୃଷ୍ଟିକୁ ଆସିଛି ବୋଲି କହିଛନ୍ତି ବିଏମସି କମିସନର।

- Advertisement -

ବିଏମସି କମିସନର କହିଛନ୍ତି, କୌଣସି ନିର୍ଦ୍ଧିଷ୍ଟ ନିୟମ ମୁଁ ଜାଣି ନାହିଁ। ଏହାକୁ ନେଇ ଅନେକ ବିବାଦୀୟ ନିୟମ ଏବଂ ଜଜମେଣ୍ଟ ରହିଛି। ବିଭିନ୍ନ ରାଜ୍ୟରେ ଏହାକୁ ନେଇ ଭିନ୍ନଭିନ୍ନ ରାୟ ରହିଛି। କିଛି ଜାଗାରେ କଞ୍ଜୁମର କୋର୍ଟ, କିଛି ଜାଗାରେ ହାଇକୋର୍ଟ କିଛି ଜାଗାରେ ସୁପ୍ରିମକୋର୍ଟଙ୍କ ରାୟ ଏହା ଉପରେ ରହିଛି। ଏ ବାବଦରେ ବିଡ଼ିଏର ନିୟମ ରହିଛି ଓ କର୍ପୋରେସନ ମଧ୍ୟ କିଛି ରିଜୋଲ୍ୟୁସନ ଦେଇଛନ୍ତି। ଏ ସବୁ ଉପରେ ନଜର ଦେଇ ଆମେ ସନ୍ତୁଳନ ରଖିବୁ। ଯାହା ଏଫ୍‌ଆଇଆରରେ ନାହିଁ ତାହା ବ୍ୟବସାୟ ପାଇଁ ନୁହେଁ। ସେଠୁ ୧୦୦% ପାର୍କିଂ ଫି ନିଆଯାଇପାରିବ ନାହିଁ।

ପାର୍କିଂ ଜାଗାର ଦୁର୍ବ୍ୟବହାର ଯେମିତି ନ ହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବୁ। ଏ ସବୁ ଦିଗକୁ ଆଲୋଚନା କରିବା ପରେ ଯାହା ରାଜଧାନୀର ପାର୍କିଂ ବ୍ୟବସ୍ଥା ପାଇଁ ସବୁଠାରୁ ଭଲ ହେବ ସେ ଅଞ୍ଚଳ ପାଇଁ ଯାହା ଭଲ ହେବ ସେହି ଅନୁସାରେ ନିଷ୍ପତ୍ତି ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories