www.samajalive.in
Saturday, December 6, 2025
26.1 C
Bhubaneswar

କଳିଙ୍ଗା ଘାଟି ଭୁସ୍ଖଳନ ସ୍ଥଳର ସ୍ଥିତି ସମୀକ୍ଷା କଲେ ୩ ବରିଷ୍ଠ ଅଧିକାରୀ

ଜି. ଉଦୟଗିରି: କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସୃଷ୍ଟି ହୋଇଥିବା ଭୁସ୍ଖଳନର ତୃତୀୟ ଦିନରେ ଗୁରୁବାର ଜିଲ୍ଲାର ୩ ବରିଷ୍ଠ ଅଧିକାରୀ ସ୍ଥିତି ସମୀକ୍ଷା କରିଛନ୍ତି। ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ କ୍ଷତିଗ୍ରସ୍ତ ସ୍ଥାନକୁ ବୁଲି ଦେଖିଥିଲେ।

ସୂଚନାଯୋଗ୍ୟ, ପ୍ରବଳ ବର୍ଷା ଯୋଗୁ ଗତ ମଙ୍ଗଳବାର ଅପରାହ୍ନରେ କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଥିଲା। ଏକ ବିରାଟ ପଥର ପାହାଡ଼ରୁ ଖସି ରାସ୍ତା ଉପରେ ପଡ଼ି ତଳକୁ ଖସିଯାଇଥିଲା। ଯାହାଫଳରେ ମାଟି ଅତଡ଼ା ମଧ୍ୟ ଧସି ରାସ୍ତାରେ ଜମିଥିଲା। ଘଟଣାସ୍ଥଳରେ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଏହାଫଳରେ ଗଞ୍ଜାମ ଓ କନ୍ଧମାଳ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

- Advertisement -

ସ୍ଵତନ୍ତ୍ର ବିଶେଷଜ୍ଞ ଦଳ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରାଯାଇଛି। ଗୁରୁବାର ଘଟଣା ସ୍ଥଳରେ ଜିଲ୍ଲାର ୩ ବରିଷ୍ଠ ପଦାଧିକାରୀ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ ବିଭାଗ) ରମେଶ ଜେନା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କୁସାଲ ନାୟକ, ସ୍ବତନ୍ତ୍ର ଜିଲ୍ଲାପରିଷଦ ଯୋଜନା ଅଧିକାରୀ (ସିଡିଓ) ଶମ୍ଭୁନାଥ ନନ୍ଦୀ ପହଞ୍ଚିଥିଲେ। ସେମାନେ ସ୍ଵତନ୍ତ୍ର ବିଶେଷଜ୍ଞ ଦଳ ସହ ଆଲୋଚନା କରି ଆସନ୍ତା ୭ ଦିନ ଭିତରେ କନ୍ଧମାଳର ଜୀବନ ରେଖା ଗଞ୍ଜାମକୁ ଯୋଗାଯୋଗ ସମ୍ଭଵ ହୋଇଯିବା ନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି। ଅପରପକ୍ଷେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories