www.samajalive.in
Saturday, December 13, 2025
21.1 C
Bhubaneswar

୩ ବର୍ଷର ଝିଅକୁ ବୁଲାଇବାକୁ ନେଇ ହ୍ରଦକୁ ଫିଙ୍ଗିଲା ମାଆ

ରାଜସ୍ଥାନ: ପିଶାଚୀ ସାଜିଲା ମାଆ। ରାଜସ୍ଥାନର ଆଜମେରରେ ଜଣେ ନିଷ୍ଠୁର ମାଆ ତାର ୩ ବର୍ଷର ଝିଅକୁ ହତ୍ୟା କରିଛି। ସେ ପ୍ରଥମେ ତାର ଝିଅକୁ ନଦୀ କୂଳକୁ ନେଇଯାଇଥିଲା। ଝିଅ ସହ ଅନେକ ସମୟ ବିତାଇଥିଲା। ତା ପରେ ନିଜ ଝିଅକୁ ନଦୀକୁ ଫିଙ୍ଗି ଦେଇଥିଲା। ଏବଂ ପୁଲିସ୍‌ ଆଗରେ କୁମ୍ଭୀର କାନ୍ଦଣା କାନ୍ଦି ନିଜ ଝିଅ କୁଆଡେ ହଜିଯାଇଥିବାର ଅଭିନୟ କରିଥିଲା।

ସୂଚନା ମୂତାବକ ଉତ୍ତର ପ୍ରଦେଶର ବାସୀନ୍ଦା ଅଞ୍ଜଳୀ ନିଜ ପ୍ରଥମ ସ୍ଵାମୀଙ୍କଠାରୁ ଛାଡପତ୍ର ପାଇଥିଲା। ଏହି ଝିଅଟି ତାଙ୍କ ପ୍ରଥମ ସ୍ଵାମୀଙ୍କର ଥିଲା। ଛାଡପତ୍ର ପାଇବା ପରେ ମହିଳା ଜଣକ ଆଜମେରର ବାସିନ୍ଦା ଅଖିଳେଶଙ୍କ ସହ ଲିଭ୍‌-ଇନ୍ ସମ୍ପର୍କରେ ରହୁଥିଲେ। ତାଙ୍କ ଝିଅ ମଧ୍ୟ ତାଙ୍କ ସହ ରହୁଥିଲା। ତେବେ ଅଖିଳେଶ ପ୍ରତିଦିନ ମହିଳାଙ୍କୁ ତାଙ୍କ ଝିଅକୁ ନେଇ ଗାଳି କରୁଥିଲା। ଗତ ମଙ୍ଗଳବାର ଦିନ ଅଭିଯୁକ୍ତ ଅଞ୍ଜଳି ସିଂ ତାଙ୍କ ଝିଅ କାବ୍ୟାକୁ ଆନା ସାଗର ହ୍ରଦକୁ ବୁଲିବାକୁ ନେଇଥିଲେ। ସେଠାରେ ସେ ନିଜ ଝିଅ ସହ କିଛି ସମୟ ବିତାଇଥିଲେ। ତା ପରେ ତାକୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ପରେ ଅଭିଯୁକ୍ତ ମହିଳା ଜଣକ ନିଜ ଝିଅ ନିଖୋଜ ଥିବା ଏକ ମିଥ୍ୟା କାହାଣୀ ପ୍ରସ୍ତୁତ କରିଥିଲେ।

- Advertisement -

ପୁଲିସର କହିବା ମୂତାବକ ଜ​‌ଣେ ମହିଳା ବିଳମ୍ବିତ ରାତିରେ ନଦୀ ପଠାରେ ବୁଲୁଥିଲେ। ଏତିକିବେଳେ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଏକ ପୁଲିସ୍‌ ଟିମ୍ ମହିଳା ଜଣଙ୍କୁ ପଚରାଉଚରା କରିଥିଲେ। ମହିଳା ଜଣକ କହିଥିଲେ ମୋ ଝିଅ ନିଖୋଜ ହୋଇଯାଇଛି। ଏବଂ ମୁଁ ତାକୁ ଖୋଜୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା , ମହିଳା ଜଣକ ପୁଲିସ୍‌ର ସାହାଯ୍ୟ ନେବାକୁ ମନା କରିଦେଇଥିଲେ। ତାପରେ ପୁଲିସ୍‌ ଦଳ ସେଠାରୁ ଚାଲିଯାଇ ସିସି ଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଏବଂ ପୁରା ଘଟଣା ଜାଣିବାକୁ ପାଇଥିଲା।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories