ବାସୁଦେବପୁର:ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାସୁଦେବପୁର ଅବକାରୀ ବିଭାଗ । ମିଳିଥିବା ସୂଚନା ମୁତାବକ, ଜିଲ୍ଲା ଅବକାରୀ ନିରୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବାସୁଦେବପୁର ଅବକାରୀ ଅଧିକାରୀ ନଟବର ମଲ୍ଲିକ ସଦଳବଳେ ଚଢାଉ କରି ପଢୁଆଁ କୁମାରପୁର ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଖବରପାଇ ଚଢାଉ କରିଥିଲେ। ଏହି ସମୟରେ କୁମାରପୁର ଗ୍ରାମର ସୁଧାଂଶୁଶେଖର ସାହୁଙ୍କ ଠାରୁ ୪.୫କେଜି ଗଞ୍ଜେଇ ଜବତ କରାଯାଇଥିଲା। ସେହିପରି ପଦ୍ମପୁର ଛକଠାରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଖବରପାଇ ଅବକାରୀ ବିଭାଗ ଚଢାଉ କରିଥିଲା। ଏହି କ୍ରମରେ ଭଦ୍ରକ ସଦର ଥାନା ଅଧିନ ଅର୍ଣ୍ଣପାଳ ଗ୍ରାମର ବିଜୟକୁମାର ସାହୁଙ୍କ ଠାରୁ ତିନିକେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହି କାରବାରରେ ବ୍ୟବହୃତ ଦୁଇଜଣ ଗଞ୍ଜେଇ ମାଫିଆଙ୍କ ମୋଟର ସାଇକେଲକୁ ଜବତ କରାଯାଇଥିବା ବେଳେ ପୃଥକପୃଥକ ମାମଲାରେ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉ ସମୟରେ ଅବକାରୀ ଅଧିକାରୀଙ୍କ ସମେତ ସୁମନ୍ତ କୁମାର ମହନ୍ତ, ଖଗେଶ୍ୱର ଜେନା, ମନୋଜକୁମାର ରଣା,ସୁଭଦ୍ରା ବାରିକପ୍ରମୁଖ ସାମିଲ ଥିଲେ।
ଜିଏସଟି ପ୍ରଭାବ.. ୭୨,୦୦୦ ଟଙ୍କା ଶସ୍ତା ହେଲା; ଟାଟା ଟିଆଗୋ ଉପରେ ମିଳିବ ଜବରଦସ୍ତ ରିହାତି



