www.samajalive.in
Friday, December 5, 2025
20.1 C
Bhubaneswar

କଳିଙ୍ଗା ଘାଟି ଭୂସ୍ଖଳନ : ମରାମତି ପାଇଁ ଲାଗିବ ପ୍ରାୟ ୭ ଦିନ !

କନ୍ଧମାଳ : କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟଣାର ମରାମତି ଲାଗି ପ୍ରାୟ ୭ ଦିନ ସମୟ ଲାଗିବ। ଘାଟି ମରାମତି ପାଇଁ ନିୟୋଜିତ ହୋଇଥିବା ଏନ୍‌ଏଚ୍‌ଆଇର ପ୍ରମୁଖ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅସ୍ଥାୟୀ ଭାବେ ମରାମତି କରି ଗାଡି ଚଳାଚଳର ବ୍ୟବସ୍ଥା କରାଯିବ। କଳିଙ୍ଗା ଘାଟିରେ ଏଭଳି ବଡଧରଣର ଭୂସ୍ଖଳନ କେବେ ହୋଇନଥିଲା। ସ୍ଥିତି ଦେଖିବା ପରେ ଉତ୍ତରାଖଣ୍ଡ ଭୂସ୍ଖଳନ ଭଳି ଲାଗୁଛି। ସୂଚନାଯୋଗ୍ୟ ମଙ୍ଗଳବାର ବାଦଲଫଟା ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକର କଳିଙ୍ଗା ଘାଟିରେ ବଡ ଧରଣର ଭୂସ୍ଖଳନ ଘଟିଥିଲା। ବିରାଟ ବିରାଟ ପଥର ଓ ମାଟି ଅତଡା ଖସି ରାସ୍ତାରେ ଗଦା ହୋଇଯିବାରୁ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାରେ ଯୋଗାଯୋଗ ବିଚ୍ଛନ୍ନ ହୋଇପଡିଛି।  ୧୫୭ ନଂ ବିଜୟଓ୍ବାଡା ରାଞ୍ଚି ଜାତୀୟ ରାଜପଥରେ କନ୍ଧମାଳ , ବୌଦ୍ଧ, ସୁବର୍ଣ୍ଣପୁର , ବଲାଙ୍ଗୀର, ବରଗଡ , ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ନବରଙ୍ଗପୁର ଜିଲ୍ଲାକୁ ଲୋକେ ଯାତାୟାତ କରିଥାନ୍ତି। କିନ୍ତୁ ଲଗାଣ ବର୍ଷା ଯୋଗୁଁ କଳିଙ୍ଗା ଘାଟିରେ ଭୂସ୍ଖଳନ ଫଳରେ ଯୋଗାଯୋଗ ବିଚ୍ଛନ୍ନ ହୋଇଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି (ମଙ୍ଗଳବାର) ଏନ୍‌ଏଚ୍‌ଆଇର ପ୍ରମୁଖ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories