www.samajalive.in
Friday, December 5, 2025
26.1 C
Bhubaneswar

ମହିଳା କନଷ୍ଟେବଳ ହତ୍ୟା ଘଟଣା ; ୧୦ ଲକ୍ଷ ଟଙ୍କା ପାଇଁ ହତ୍ୟା-ପୁଲିସ କମିଶନର

ଭୁବନେଶ୍ୱର : ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ଅଭିଯୁକ୍ତ ଦୀପକ ରାଉତକୁ ନେଇ କେନ୍ଦୁଝର ପହଞ୍ଚିଛି ପୁଲିସ। ଘଟଗାଁ ଥାନାରେ ଅଭିଯୁକ୍ତକୁ ନେଇ କମିଶନରେଟ୍‌ ପୁଲିସ ପହଞ୍ଚିଛି । ଘଟଗାଁ ଥାନାରେ ପଚରାଉଚରା ପରେ କିଛି ସମୟ ପରେ ସିନ୍‌ ରିକ୍ରିଏସନ ଆରମ୍ଭ କରିଛି ପୁଲିସ । ଯେଉଁଠି ମୃତଦେହ ପୋତା ଯାଇଛି, ସେଠାକୁ ଦୀପକକୁ ନେଇଛି ପୁଲିସ । ଭୁବନେଶ୍ୱରରେ ହତ୍ୟା ପରେ କାହିଁକି ଘଟଗାଁକୁ କାର୍‌ରେ ମୃତଦେହକୁ ନେଇ ପୋତିଥିଲା, ତାହା ଏବେ ଅସ୍ପଷ୍ଟ ରହିଛି । ହତ୍ୟାକାଣ୍ଡ ଘଟଣାରେ ଦୀପକର ମାଉସୀ ପୁଅ ଭାଇ ଗିରଫ ହୋଇଥିବା ନେଇ ସୂଚନା ମିଳିଛି । ମୃତଦେହ ନେଇଥିବା କାର୍‌ ମଧ୍ୟ ଜବତ କରିଛି ପୁଲିସ ।

ଏହାକୁ ନେଇ ପୁଲିସ କମିଶନର ଏସ୍‌.ଦେବଦତ୍ତ ସିଂ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି ଯେ, ଅଭିଯୁକ୍ତର ପଲିଗ୍ରାଫ୍‌ ଟେଷ୍ଟ ହୋଇଛି । ମାତ୍ର ରିପୋର୍ଟ ଆସି ନାହିଁ। ଅଭିଯୁକ୍ତ ଦୀପକ ଶୁଭମିତ୍ରାଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଫେରାଉ ନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିବା ଜଣାପଡିଛି। ଉଭୟ ୨୦୨୪ରେ ରେଜିଷ୍ଟ୍ରି ମ୍ୟାରେଜ୍‌ କରିଥିବାରୁ ଶୁଭମିତ୍ରା ବିବାହକୁ ସର୍ବସମ୍ମୁଖକୁ ଆଣିବା ପାଇଁ ଭୋଜି ପାଇଁ ଜିଦ୍‌ କରି ଟଙ୍କା ମାଗିବାରୁ ଝଗଡା ବଢିଥିଲା। ଶେଷରେ ଦୀପକ ତାଙ୍କୁ ହତ୍ୟା କରିଥିଲା । ପୁଲିସ ଘଟଣାର ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories