www.samajalive.in
Sunday, December 7, 2025
26.1 C
Bhubaneswar

ଏସବିଆଇରୁ ୨୦ କୋଟି ଲୁଟିନେଲେ ସଶସ୍ତ୍ର ଡକାୟତ

ସମାଜ ଡିଜିଟାଲ ଡେସ୍କ: କର୍ଣ୍ଣାଟକର ବିଜୟପୁରାସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଶାଖାରୁ ବଡ଼ ଧରଣର ଡକାୟତି ହୋଇଛି। ୩ ଜଣ ମୁଖାପିନ୍ଧା ଡକାୟତ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ, ଛୁରି ଦେଖାଇ ଭୟଭୀତ କରାଇବା ସହିତ ସେମାନଙ୍କୁ ବାନ୍ଧି ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଯାହାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ ବୋଲି କୁହାଯାଇଛି।

ମଙ୍ଗଳବାର ସନ୍ଧ୍ୟାରେ ୩ ଜଣ ବ୍ୟକ୍ତି ବ୍ୟାଙ୍କକୁ ଆସିଥିଲେ। ସେମାନେ ଏକ କରେଣ୍ଟ ଆକାଉଣ୍ଟ ଖୋଲିବା ନେଇ ମ୍ୟାନେଜରଙ୍କୁ କହିଥିଲେ। କିଛି ସମୟ ପରେ ବନ୍ଧୁକ ଏବଂ ଛୁରି ବାହାର କରି ମ୍ୟାନେଜର, କ୍ୟାଶିୟର ଏବଂ ଅନ୍ୟ କର୍ମଚାରୀଙ୍କୁ ଡରାଇଥିଲେ। ସନ୍ଧ୍ୟା ସମୟରେ କମ୍ କର୍ମଚାରୀ ଥିବାବେଳେ ସେମାନେ ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଭୟଭୀତ କରାଇଥିଲେ। ପରେ ପ୍ରାୟ ୨୦ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଏବଂ କୋଟିଏ ଟଙ୍କା ଲୁଟି ଚମ୍ପଟ ମାରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories