www.samajalive.in
Saturday, December 13, 2025
18.1 C
Bhubaneswar

ଏସିଆ କପ୍‌ କ୍ରିକେଟ : ଆଜି ବାଂଲାଦେଶକୁ ଭେଟିବ ଶ୍ରୀଲଙ୍କା

ଆବୁଧାବି: ୟୁଏଇରେ ଚାଲିଥିବା ଏସିଆ କପ୍‌ କ୍ରିକେଟ-୨୦୨୫ର ଶନିବାର ଗ୍ରୁପ-ବିର ତୃତୀୟ ମ୍ୟାଚ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚ ଆବୁଧାବିରେ ଖେଳାଯିବ। ବାଂଲାଦେଶ ଦ୍ବିତୀୟ ଓ ଶ୍ରୀଲଙ୍କା ପ୍ରଥମ ମ୍ୟାଚ ଖେଳିବ। ବାଂଲାଦେଶ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଅଭିଯାନ ଆରମ୍ଭ କରିବ। ଦ୍ବିତୀୟ ସର୍ବାଧିକ ୬ଥର ଚମ୍ପିଆନ ଶ୍ରୀଲଙ୍କା ଚାରିର୍ଥ ଆଶାଲାଙ୍କାଙ୍କ ଅଧିନାୟକତ୍ବରେ ଖେଳିବ। ଦଳରେ କୁଶଳ ମେଣ୍ଡିସ, ପ୍ରଥୁମ ନିଶଙ୍କା, କୁଶଳ ପେରେରା, ଦାସୁନ ସନକା ଓ ୱିନିନ୍ଦୁ ଫର୍ଣ୍ଣାଣ୍ଡେ ପ୍ରମୁଖ ବ୍ୟାଟିଂ ଭାର ସମ୍ଭାଳିବାବେଳେ ମହେଶ ତୀକ୍ଷଣା, ଦୁନିତ ୱାଲାଲାଗେ, ନୂଆନ ତୁଷାରା,ମାଥିଆଶ ପାଥିରାଣା ପ୍ରମୁଖ ବୋଲର ରହିଛନ୍ତି । ୱାନିନ୍ଦୁ ହାସରଙ୍ଗା ଅଲରାଉଣ୍ଡର ଭୂମିକା ତୁଲାଇବେ। ଦଳ ବାଂଲାଦେଶ ବିପକ୍ଷ ଶେଷ ଟ୍ବେଣ୍ଟି୨୦ ଶୃଙ୍ଖଳା ୧-୨ରେ ପରାଜିତ ହୋଇଥିବାରୁ ଉକ୍ତ ମ୍ୟ​‌ାଚକୁ ହାଲୁକା ଭାବେ ନେବ ନାହିଁ। ଶ୍ରୀଲଙ୍କା ୧୯୮୬, ୧୯୯୭, ୨୦୦୪, ୨୦୦୮, ୨୦୧୪ ଓ ୨୦୨୨ରେ ୬ଥର ଚମ୍ପିଆନ ହୋଇଛି। ଅନ୍ୟପକ୍ଷରେ ବାଂଲାଦେଶ ୨୦୧୨, ୨୦୧୬ ଓ ୨୦୧୮ରେ ୩ଥର ରନର୍ସଅପ ହୋଇଛି। ଲିଟନ ଦାସଙ୍କ ନେତୃତ୍ବାଧିନ ବାଂଲାଦେଶ ପ୍ରଥମ ମ୍ୟାଚରେ ହଂକଂକୁ ୫ ୱିକେଟରେ ପରାସ୍ତ କରିଥିଲା। ଦଳର ବ୍ୟାଟିଂ ଭାର ଲିଟନ ଦାସଙ୍କ ସମେତ ଜାକର ଅଲ୍ଲୀ,ନୂରୁଲ ହାସନ, ତାନଜିଦ ହାସନ, ତୋହିଦ ହୃଦୟଙ୍କ ଉପରେ ନିର୍ଭର କରୁଛି। ବୋଲିଂ ବିଭାଗରେ ସରିଫୁଲ ଇସ୍‌ଲାମ, ତସ୍କିନ ଅହମ୍ମଦ, ମୁସ୍ତାଫିଜ୍ୟୁର ରହିମ ରହିଛନ୍ତି। ଅଲରାଉଣ୍ଡର ଭାବେ ତାନଜିତ ହାସନ ସାକିବ, ମହମ୍ମଦ ସାଫିଉଦ୍ଦିନ ରହିଛନ୍ତି। ହଂକଂ ବିପକ୍ଷ ମ୍ୟାଚରେ ବୋଲିଂରେ ତସ୍କିନ ଅହମ୍ମଦ, ତାନଜିମ ହାସନ ସାକିବ ଓ ରିହାଦ ହୋସେନ ଭଲ ବୋଲିଂ କରିଥିବାବେଳେ ବ୍ୟାଟିଂରେ ଲିଟନ ଦାସ ୫୯ରନ କରିଥିଲେ।
ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ଟ୍ବେଣ୍ଟି୨୦ ମ୍ୟାଚକୁ ଦେଖିଲେ ବାଂଲାଦେଶ ୩ଟି ଓ ଶ୍ରୀଲଙ୍କା ଦୁଇଟି ମ୍ୟାଚରେ ବିଜୟୀ ହୋଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories