www.samajalive.in
Sunday, December 14, 2025
19.1 C
Bhubaneswar

ରାଜଭବନ ଆଗରେ ଧାରଣା ଦେବ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସାର ସଙ୍କଟକ୍‌ୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । କେଉଁଟି ଲମ୍ବ ଲାଇନ ଲଗାଇ ଚାଷୀ ଛିଡା ହେଉଛନ୍ତି ତ ଆଉ କେଉଁଠି ରାତି ଅଧରୁ ଆଧାର କାର୍ଡ ଧରି ମଧ୍ୟ ଲାଇନରେ ଲାଗିଥିବା ଦେଖିବାକୁ ମିଳୁଛିି । ତେବେ ଚାଷୀମାନେ ହଇରାଣ ହେଉଥିବା ବେଳେ ସମସ୍ୟାକୁ ନେଇ ଆସନ୍ତା ୧୫ ତାରିଖ ଦିନ ଆନ୍ଦୋଳନ କରିବ ବିଜେଡି । ୧୫ ତାରିଖ ଦିନ ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ ।

ଏହାପରେ ସରକାର ନଚେତିଲେ ଜିଲାପାଳ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଦଳର ଉପସଭାପତି ସଞ୍ଜୟ ଦାସବର୍ମା ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ବିଜେଡି କହିଛି ରାଜ୍ୟରେ ଚାଷୀଙ୍କ ସମସ୍ୟା ବଢିବାରେ ଲାଗିଛି । ଖରିଫ ଋତୁରେ ଚାଷୀଙ୍କ ପଞ୍ଜିକରଣରେ ସମସ୍ୟା ରହିଛି । ଖାଲି ସେତିକି ନୁହେଁ, ସାରର ଅଭାବ ଚାରିଆଡେ ଦେଖାଦେଇଛି । ହେଲେ ଉପମୁଖ୍ୟମନ୍ତ୍ରୀ ଓ ସମବାୟ ମନ୍ତ୍ରୀ କହୁଛନ୍ତି ସାରର ଅଭାବ ନାହିଁ ।

- Advertisement -

 

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories