www.samajalive.in
Saturday, December 13, 2025
26.1 C
Bhubaneswar

ଆସିଲା ଟ୍ରେଲର ; ଏହି ଦିନ ରିଲିଜ୍‌ ହେବ ‘ଜଲି ଏଲଏଲବି ୩’

ମୁମ୍ବାଇ : ଅପେକ୍ଷାର ହେବ ଅନ୍ତ । ଖୁବ୍‌ ଶୀଘ୍ର ଆସୁଛି ‘ଜଲି ଏଲଏଲବି ୩’ । ଦର୍ଶକ ଅକ୍ଷୟ କୁମାର, ଅର୍ଶଦ ୱର୍ଶି ଏବଂ ସୌରଭ ଶୁକ୍ଳାଙ୍କୁ ଏଥିରେ ଦେଖିବାକୁ ପାଇବେ । ବୁଧବାର ସେପ୍ଟେମ୍ବର ୧୦ରେ ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ଦର୍ଶକଙ୍କ ଉତ୍କଣ୍ଠା ବଢି ଯାଇଛି । କାହାଣୀଟି ଆସିଛି ଏକ ମାମଲାକୁ ନେଇ । ଏଥିରେ ଜଣେ ନୁହେଁ ୨ଜଣ ଜଲି ଅଛନ୍ତି । ଫିଲ୍ମଟିରେ ଦର୍ଶକ ଝଗଡା ସହ ଭରପୁର କମେଡିର ମଧ୍ୟ ମଜା ନେବେ । ଲଢେଇରେ କିଏ ଜିତୁଛି ତାହା ଫିଲ୍ମ ଦେଖିଲେ ହିଁ ଜଣାପଡିବ । ଏହି ଫିଲ୍ମ ସେପ୍ଟେମ୍ବର ୧୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।

ଫିଲ୍ମର ଲେଖକ ଓ ନିର୍ଦ୍ଦେଶକ ସୁଭାଷ କପୁର ହୋଇଥିବା ବେଳେ ପ୍ରୟୋଜକ ହେଉଛନ୍ତି ଆଲୋକ ଜୈନ ଏବଂ ଅଜିତ ଅନ୍ଧାରେ । ୨୦୨୩ରେ ‘ଜଲି ଏଲଏଲବି’ ଅର୍ଶଦ ୱର୍ଶିି ଏବଂ ୨୦୨୭ରେ ‘ଜଲିଏଲଏଲବି ୨’ ଅକ୍ଷୟ କୁମାରଙ୍କୁ ଓକିଲ ଭୂମିକାରେ ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା । ‘ଜଲି ଏଲଏଲବି’ ୩ର ଟ୍ରେଲରେ ଅକ୍ଷୟ ଏବଂ ଅର୍ଶଦଙ୍କୁ ଓକିଲଙ୍କ ପୋଷାକ ପିନ୍ଧି ମୁହାଁମୁହିଁ ହେଉଥିବା ଦେଖାଯାଇଛି । ଟ୍ରେଲର ରିଲିଜ୍‌ ପରେ କ୍ୟାପସନରେ ଲେଖାଯାଇଛି, ଏଥର ଡବଲ୍‌ କମେଡି, ଝାମେଲା ଦେଖିବାକୁ ମିଳିବ । ଟ୍ରେଲରରେ ଦେଖାଯାଉଛି ଏଥର ଲଢେଇ ଜନସାଧାରଣ ଏବଂ ଜଣେ ରାଜନୈତିକ ନେତାଙ୍କ ମଧ୍ୟରେ ।

ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ

- Advertisement -

ପିତୃପକ୍ଷରେ ଏହି ୩ଟି ବୃକ୍ଷ ନିକଟରେ ଲଗାନ୍ତୁ ଦୀପ ; ଦେଖନ୍ତୁ ଚମତ୍କାର

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories