www.samajalive.in
Saturday, December 6, 2025
26.1 C
Bhubaneswar

ରୁଷ୍‌ ଡ୍ରୋନକୁ ଖସାଇଲା ପୋଲାଣ୍ଡ

ୱାରସ୍‌ : ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ନେଇ ୟୁରୋପରେ ଉତ୍ତେଜନା ପ୍ରକାଶ ପାଇଛି। ୟୁକ୍ରେନ ଉପରକୁ ନିଶାଣ କରି ରୁଷ୍ ମାଡ କରିଥିବା ଡ୍ରୋନକୁ ପୋଲାଣ୍ଡ ଏହାର ଆକାଶ ମାର୍ଗରେ ନଷ୍ଟ କରିଦେବାରୁ ଏହି ଉତ୍ତେଜନା ପ୍ରକାଶ ପାଇଛି। ମଙ୍ଗଳବାର ରାତିରେ ରୁଷର ଅନେକ ଡ୍ରୋନକୁ ପୋଲାଣ୍ଡ ସୈନ୍ୟ ବାହିନୀ ନାଟୋ ସେନା ସହାୟତାରେ ନଷ୍ଟ କରିଥିଲା। ରୁଷ୍‌ର ଡ୍ରୋନଗୁଡିକ ପୋଲାଣ୍ଡ ଆକାଶ ମାର୍ଗ ଦେଇ ଯାଉଥିବାରୁ ଏହାକୁ ନଷ୍ଟ କରିଥିଲା। ତେବେ ଏପରି କରିବା ଦ୍ବାରା ନାଟୋର ସଦସ୍ୟ ରାଷ୍ଟ୍ର ଭାବେ ପୋଲାଣ୍ଡ ପ୍ରଥମ କରି ରୁଷ୍‌କୁ ପ୍ରତିରୋଧ କରିଛି। ରୁଷ୍‌ର ଡ୍ରୋନକୁ ନଷ୍ଟ କରାଯିବା ସମ୍ପର୍କରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି।

ଏହି ଘଟଣା ପରେ ନାଟୋ ପକ୍ଷରୁ ସତର୍କତା ଜାରି କରାଯାଇଛି। ପୂର୍ବରୁ ପୋଲାଣ୍ଡ ସୀମା ଦେଇ ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣ କରିଆସୁଥିଲା। ଦୀର୍ଘ ସାଢେ ତିନିବର୍ଷ ହେଲା ରୁଷ୍ ଏପରି ଆକ୍ରମଣ କରିଆସୁଥିବାବେଳେ ପୋଲାଣ୍ଡ କେବେ ଏହାର ପ୍ରତିରୋଧ କରି ନଥିଲା। ପୋଲାଣ୍ଡ ବାୟୁ ସୀମା ଦେଇ ରୁଷ୍‌ ଡ୍ରୋନ ଯିବା ଦ୍ବାରା ଏହାର ସାର୍ବଭୌମତ୍ବ ଉଲ୍ଲଙ୍ଘନ ହେଉଥିଲା। ମାତ୍ର ରୁଷ୍‌ର ଡ୍ରୋନର ଆକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ଲାଗି ପୋଲାଣ୍ଡ ଏହାର ବାୟୁ ସୀମାକୁ ବନ୍ଦ କରିବା ଭଳି ପଦକ୍ଷେପ ନେଉଥିଲା। ଏବେ ପୋଲାଣ୍ଡ ସାର୍ବଭୌମତ୍ବ ଉଲ୍ଲଙ୍ଘନର ଅଭିଯୋଗ କରିବା ପୂର୍ବକ ରୁଷ୍‌ର ଡ୍ରୋନକୁ ଗତିକୁ ରୋକିଛି। ଏପରି କି ପୋଲାଣ୍ଡ ଅଭିଯୋଗ କରିଛି ଯେ ଏହାର ପ୍ରତିରକ୍ଷା ପ୍ରତିଷ୍ଠାନଗୁଡିକ ଉପରେ ରୁଷ୍ ଆକ୍ରମଣ କରିବାର ଯୋଜନା କରିଥିଲା। ତେଣୁ ନିଜକୁ ସୁରକ୍ଷିତ ରଖିବା ଲାଗି ରୁଷ୍‌ ଡ୍ରୋନକୁ ଏହା ନଷ୍ଟ କରିଥିବା ପୋଲାଣ୍ଡ କହିଛି। ମାତ୍ର ପୋଲାଣ୍ଡର ଏପରି ଅଭିଯୋଗକୁ ରୁଷ୍ ଖଣ୍ଡନ କରିଛି।

- Advertisement -

ଅନ୍ୟପଟେ ପୋଲାଣ୍ଡର ପଦକ୍ଷେପକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମର୍ଥନ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ରୁଷ୍ ଡ୍ରୋନ ପୋଲାଣ୍ଡର ସାର୍ବଭୌମତ୍ବକୁ ଉଲ୍ଲଙ୍ଘନ କରୁଥିବାରୁ ଏହାର ପ୍ରତିରୋଧ କରାଯିବା ଯଥାର୍ଥ। କେବଳ ଆମେରିକା ନୁହେଁ ପୋଲାଣ୍ଡର ପଦକ୍ଷେପକୁ ଏହାର ସହଯୋଗୀ ରାଷ୍ଟ୍ର ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ, କାନାଡା ଆଦି ସମର୍ଥନ କରିଛନ୍ତି। ୟୁରୋପୀୟ ୟୁନିୟନ ବୈଦେଶିକ ନୀତି ନିର୍ଦ୍ଧାରକ ମୁଖ୍ୟ କାଜା କାଲାସ କହିଛନ୍ତି ଯେ ରୁଷ୍ ଡ୍ରୋନ ପୋଲାଣ୍ଡ ସାର୍ବଭୌମତ୍ବ ଉଲ୍ଲଙ୍ଘନ କରିବା ଉଦ୍ଦେଶ୍ୟମୂଳକ। ଆଜିର ଘଟଣା ପରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଟସ୍କ ଜରୁରୀ କ୍ୟାବିନେଟ ବୈଠକ କରିବା ସହିତ ସୁରକ୍ଷା ସମ୍ପର୍କିତ ସତର୍କତା ଜାରି କରିଛନ୍ତି। ଘଟଣା ସମ୍ପର୍କରେ ସେ ନାଟୋ ମହାସଚିବ ଜେନେରାଲ ମାର୍କ ରୁଟେଙ୍କୁ ଅବଗତ କରାଇଛନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ନାଟୋ ସଦସ୍ୟ ରାଷ୍ଟ୍ରରେ ପ୍ରଥମ କରି ଏପରି ସାମରିକ ଉତ୍ତେଜନା ସୃଷ୍ଟି ହୋଇଛି। କାରଣ ପୋଲାଣ୍ଡ ଉପରେ ରୁଷ୍ ଯେକୌଣସି ସମୟରେ ଆକ୍ରମଣ କରିବାର ଆଶଙ୍କା ସୃଷ୍ଟି ହୋଇଛି। ପୋଲାଣ୍ଡ ଆକାଶ ସୀମାକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଏହା ସହିତ ୱାରସସ୍ଥିତ ଆନ୍ତର୍ଜାତିକ ବିମାନବନ୍ଦରରୁ ବିମାନ ଉଡାଣ ଅବତରଣକୁ ବନ୍ଦ କରାଯାଇଛି।

ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories