www.samajalive.in
Saturday, December 13, 2025
21.1 C
Bhubaneswar

ସମ୍ବଲପୁର: ୭୦ ଭାଗ ଡାକ୍ତର ପଦ ଖାଲି

ସମ୍ବଲପୁର: ସମ୍ବଲପୁର ବିଭିନ୍ନ ଦୃଷ୍ଟିରୁ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଜିଲା। ଏଠାରେ ପଶ୍ଚିମ ଓଡ଼ିଶାର ପ୍ରଶାସନିକ ମୁଖ୍ୟାଳୟ ଥିବା ବେଳେ ଚିକିତ୍ସା କ୍ଷେତ୍ରରେ ବୁର୍ଲା ବଡ଼ ଡାକ୍ତରଖାନା ଅଛି। ହେଲେ ଚିକିତ୍ସା ସେବାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ଅନ୍ୟ ଜିଲା ତୁଳନାରେ ବେଶ୍ ପଛରେ ରହି ଯାଇଥିବା ନଜର ଆସେ। ଦିନକ ପୂର୍ବରୁ ଜିଲାର ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ସେନାଘାଟିରେ ଆମ୍ବୁଲାନ୍ସ ପହଞ୍ଚିବା ଭଳି ରାସ୍ତା ନ ଥିବା ହେତୁ ରୋଗୀଙ୍କୁ ୩ କିଲୋମିଟର ଖଟିଆରେ ବୁହା ହୋଇଥିବା ଖବର ରାଜ୍ୟସ୍ତରରେ ସଚେତନ ନାଗରିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଜିଲାରେ ଏବେ ମଧ୍ୟ ଅନେକ ଗାଁରେ ଗମନାଗମନ ସ୍ଥିତି ଏହିଭଳି ରହିଛି। ତା ଛଡ଼ା ଗ୍ରାମାଞ୍ଚଳରେ ଖୋଲିଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ବାହାର ଚାକଚକ୍ୟ ହୋଇଥିଲେ ହେଁ ବିଶେଷ କିଛି ସୁବିଧା ନ ଥିବା ହେତୁ ରୋଗୀ ଛୋଟ ଛୋଟ ଚିକିତ୍ସା ସେବା ପାଇଁ ବଡ଼ ସହର ଉପରେ ନିର୍ଭର କରୁଛନ୍ତି ଅଥବା ଗ୍ରାମାଞ୍ଚଳରେ ଥିବା କ୍ବାକ୍ କିମ୍ବା ଘରୋଇ ଡାକ୍ତରମାନଙ୍କ ପାଖକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି।

ସମ୍ବଲପୁର ଜିଲାରେ ବର୍ତ୍ତମାନର ଜନସଂଖ୍ୟା ହାରାହାରି ୧୨ଲକ୍ଷ ୩୬ହଜାର। ଜିଲାରେ କାର୍ଯ୍ୟରତ ସରକାରୀ ଡାକ୍ତରଙ୍କ ସଂଖ୍ୟା ହେଉଛି ୧୬୮। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଦିଶା ନିର୍ଦେଶ ଅନୁସାରେ ପ୍ରତି ୧ ହଜାର ଜନସଂଖ୍ୟାରେ ଜଣେ ଡାକ୍ତର ରହିବା କଥା। ହେଲେ ସମ୍ବଲପୁର ଜିଲାରେ ଏହି ଅନୁପାତ ଦେଖିବାକୁ ଗଲେ ୭୩୫୭ ଜନସଂଖ୍ୟାରେ ଜଣେ ଡାକ୍ତର ଅଛନ୍ତି। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ଏଠାରେ ସମୁଦାୟ ୫୧୦ଟି ଅନୁମୋଦିତ ଡାକ୍ତର ପଦରୁ ୩୪୨ଟି ପଦ ଖାଲି ଅଛି। ଯାହାକି ପାଖାପାଖି ୭୦ ପ୍ରତିଶତ। ଅନୁରୂପ ଭାବେ ନର୍ସିଂ ଅଫିସର ବା ସେବିକା ୫୬୫ଟି ଅନୁମୋଦିତ ପଦ ଥିବା ବେଳେ ମାତ୍ର ୩୦୨ଜଣ କାର୍ଯ୍ୟରତ। ୨୬୫ଟି ପଦ ଖାଲି ରହିଛି।

ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ

- Advertisement -

ଫାର୍ମାସିଷ୍ଟ ୯୧ଟି ଅନୁମୋଦିତ ପଦରୁ ୨୪ଟି ପଦ ଖାଲି ରହିଛି। ୪ଟି ଅନୁମୋଦିତ ଲ୍ୟାବ୍ ଟେକ୍ନିସିଆନ ପଦରୁ ୩ଟି ଖାଲି ଥିବା ​ବେଳେ ପାଥୋଲୋଜିରେ କନିଷ୍ଠ ଲ୍ୟାବ ଟେକ୍ନିସିଆନ ପଦରେ ୪୮ଟି ଅନୁମୋଦିତ ପଦରୁ ୧୭ଟି ଖାଲି ରହିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ୨ଟି ଉପଖଣ୍ଡ ଚିକିତ୍ସାଳୟ ବ୍ୟତୀତ ୧୧ଟି ଗୋଷ୍ଠୀ ଚିକିତ୍ସାଳୟ, ୩୭ଟି ପ୍ରାଥମିକ ଚିକିତ୍ସାକେନ୍ଦ୍ର ରହିଛି। ଗତ କିଛି ବର୍ଷ ମଧ୍ୟରେ କେନ୍ଦ୍ରର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭାବେ ପ୍ରାଥମିକ ଚିକିତ୍ସାକେନ୍ଦ୍ର ଗୁଡ଼ିକୁ ପୁନଃ ବିକଶିତ କରାଯାଇଥିବା ବେଳେ ଗତ ସରକାରରେ ୫-ଟି ଅଭିଯାନ ଅନ୍ତର୍ଗତ ଭିତ୍ତିଭୂମି ଓ ଚିକିତ୍ସା ଉପକରଣ, ରୋଗ ପରୀକ୍ଷା ଉପକରଣ ଯୋଗାଇ ଦିଆଯାଇଛି। ହେଲେ ​‌ଉପକରଣ ଗୁଡ଼ିକ ଚଳାଇବା ପାଇଁ କର୍ମଚାରୀ ନାହାନ୍ତି। ଜିଲାରେ ୩୯ଟି ୧୦୮ ଆମ୍ବୁଲାନ୍ସ, ୧୩ଟି ୧୦୨ ଆମ୍ବୁଲାନ୍ସ ଓ ୫ଟି ସରକାରୀ ଆମ୍ବୁଲାନ୍ସ ରହିଥିବା ସୂଚନା ମିଳିଛି। ସମ୍ବଲପୁର ଜିଲାରେ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ସ୍ବୟଂସମ୍ପୂର୍ଣ୍ଣ କରିବାକୁ ସରକାରୀସ୍ତରରେ ପଦକ୍ଷେପ ନିଆ ନ ଗଲେ ଲୋକେ ଘରୋଇ ଡାକ୍ତରଙ୍କ ନିକଟକୁ ଯାଇ ଖର୍ଚ୍ଚାନ୍ତ ଓ କେତେକ ସ୍ଥଳ​ରେ ଶୋଷଣର ଶିକାର ହେଉଥିବେ ଏଥିରେ ସନ୍ଦେହ ନାହିଁ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories