ସମାଜ ଡିଜିଟାଲ ଡେସ୍କ: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ପ୍ରାର୍ଥୀ ସି.ପି. ରାଧାକୃଷ୍ଣନ ଦେଶର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ ମତଦାନରେ ସେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାଜିତ କରି ବିଜୟୀ ହୋଇଛନ୍ତି।
ମତଦାନରେ ମୋଟ ୭୬୯ ସାଂସଦ ଭୋଟ ଦେଇଥିଲେ। ୯୮.୨ ପ୍ରତିଶତ ମତଦାନ ହୋଇଥିଲା। ସେଥିମଧ୍ୟରୁ ରାଧାକୃଷ୍ଣନଙ୍କୁ ୪୫୨ ଭୋଟ ମିଳିଥିବାବେଳେ ସୁଦର୍ଶନଙ୍କୁ ୩୦୦ ଭୋଟ ମିଳିଥିଲା। ରାଜ୍ୟସଭା ମହାସଚିବ ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେବା ପରେ ଉକ୍ତ ପଦବୀ ଖାଲି ପଡ଼ିଥିଲା।



