ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟବସାୟ, ବାଣୀ, ବୁଦ୍ଧି ଓ ଧନର କାରକ ବୁଧ ଗ୍ରହର ସେପ୍ଟେମ୍ବର ମାସରେ ମହତ୍ତ୍ୱପୂର୍ଣ୍ଣ ଚଳନ ହେବାକୁ ଯାଉଛି । ବୁଧ ଚଳନ କରିବା ପରେ ଦୁର୍ଲ୍ଲଭ ରାଜଯୋଗ ହେବାକୁ ଯାଉଛି । ଏହାର ପ୍ରଭାବରେ ୪ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..
ଗ୍ରହଙ୍କ ରାଜକୁମାର ବୁଧ ସବୁଠାରୁ ଦ୍ରୁତ ଗତିରେ ଚଳନ କରୁଥିବା ଓ କମ୍ ସମୟରେ ରାଶି ପରିବର୍ତ୍ତନ କରି ଥାନ୍ତି । ଏହି ସମୟରେ ବୁଧ ଗ୍ରହ ସିଂହ ରାଶିରେ ରହିଛନ୍ତି । ୧୫ ସେପ୍ଟେମ୍ବରରେ ବୁଧ ଚଳନ କରି କନ୍ୟା ରାଶିରେ ପ୍ରବେଶ କରିବେ ।
କନ୍ୟା ରାଶିର ସ୍ୱାମୀ ଗ୍ରହ ବୁଧ ଗ୍ରହ ଓ ବୁଧ ଗ୍ରହ କନ୍ୟା ରାଶିରେ ଉଚ୍ଚରେ ରହିଛନ୍ତି । ମହାପୁରୁଷ ରାଜଯୋଗ ହେବ । ଏହି ରାଜଯୋଗ ୪ ରାଶିଙ୍କ ପାଇଁ ଲାଭଦାୟକ ହେବ । କର୍ମକ୍ଷେତ୍ର ଓ ବ୍ୟବସାୟରେ
ଖୁବ୍ ଉନ୍ନତି ହେବ ।
ବୃଷ- ସେପ୍ଟେମ୍ବର ୧୫ରେ ହେବାକୁ ଯାଉଥିବା ବୁଧଙ୍କ ଚଳନ ଏହି ରାଶିଙ୍କ ଜାତକରେ କର୍ମକ୍ଷେତ୍ରରେ ଉନ୍ନତି ହେବ । କର୍ମର ପ୍ରଭାବ ରହିଲେ ମଧ୍ୟ ଉନ୍ନତିର ମାର୍ଗ ଖୋଲିବ । ଧନ ଲାଭର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ ।
ମିଥୁନ- ସମୟ ଅନୁକୂଳ ରହିଛି । ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ହେବ । ଭୂମି, ଗାଡି କିଣିବାର ଯୋଗ ରହିଛି । ସମ୍ପତ୍ତି ରୁ ଲାଭ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ଲାଭ ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ଶୁଭ ସମୟ ରହିଛି ।
କନ୍ୟା- ଏହି ରାଶିଙ୍କୁ ଜବରଦସ୍ତ ଲାଭ ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ବଡ ଚୁକ୍ତି ସ୍ୱାକ୍ଷର କରିବେ । ଧନ-ସମ୍ପତ୍ତି, ସଫଳତା ମିଳିବ । ଘରେ ହସଖୁସିର ବାତାବରଣ ରହିବ ।
ଧନୁ- ଏହି ରାଶିଙ୍କୁ ଶୁଭଫଳ ମିଳିବ । ଚାକିରି ବ୍ୟବସାୟରେ ଉନ୍ନତି ହେବ । ଖୁବ୍ ଧନ ରୋଜଗାର କରିବେ । ନୂଆ ନୂଆ ସୁଯୋଗ ମିଳିବ । ଚାକିରିରେ ଶୁଭ ପରିବର୍ତ୍ତ ନହେବ ।
ଆରମ୍ଭ ହେଲା ପିତୃପକ୍ଷ : ଜାଣନ୍ତୁ କେଉଁ କାର୍ଯ୍ୟ ବର୍ଜନୀୟ; କ’ଣ କରିବେ ନାହିଁ ଦାନ



