www.samajalive.in
Saturday, December 6, 2025
23.1 C
Bhubaneswar

ମଙ୍ଗଳବାର ରାଶିଫଳ : ପୈତୃକ ସମ୍ପତ୍ତି ଭୋଗ କରିବେ, ଯେଶାକୁ ତେଶା ବ୍ୟବହାର କରି ସବୁରି ପ୍ରିୟପାତ୍ର ହେବେ

ମେଷ: ପତ୍ନୀ ଘରକରଣାସମ୍ପନ୍ନ ହୋଇପାରନ୍ତି। କର୍ମଚଞ୍ଚଳା ହେବେ। କଠିନ ସ୍ବଭାବସମ୍ପନ୍ନା ହୋଇପାରନ୍ତି। ଧନପ୍ରିୟା ହେବେ। ସାଧୁତା ଗୁଣସମ୍ପନ୍ନ ହେବେ। ସୁସନ୍ତାନବତୀ ହେବେ। କର୍ମଠ ଓ ଧର୍ମପ୍ରିୟା ହେବେ।

ବୃଷ: ଗୃହପାଳିତ ପଶୁମାନଙ୍କ ପାଇଁ ପଡ଼ୋଶୀଙ୍କ ସହ ବୈରତା ଉପୁଜିପାରେ। ଅସତ୍ୟମାର୍ଗକୁ ପରିତ୍ୟାଗ କରି ସତ୍‌ପଥଗାମୀ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହୋଇପାରନ୍ତି। ବନ୍ଧୁ ସୁଖ ମିଳିବ।

- Advertisement -

ମିଥୁନ: ସନ୍ତାନମାନେ ଉତ୍ତମ ଶିକ୍ଷାସମ୍ପନ୍ନ ହୋଇପାରନ୍ତି। ସ୍ବଧର୍ମାନୁରକ୍ତ ହେବେ। ସତ୍‌ଚରିତ୍ରଯୁକ୍ତ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ତେଜୀୟାନ୍‌ ଭାବ ପ୍ରଦର୍ଶନ କରି ଆଦର୍ଶବାଦୀ ହେବେ।

କର୍କଟ: ଜଳଯାତ ଦ୍ରବ୍ୟରୁ ଧନ ଆହରଣ କରି ସଞ୍ଚୟାଭିମୁଖୀ ହୋଇପାରନ୍ତି। ପାନୀୟ ଜଳ ପାଇଁ କୂପ ଜଳକୁ ବିଶୋଧନ କରିବେ। ନିରଳସ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ପୈତୃକ ସମ୍ପତ୍ତି ଭୋଗ କରିବେ।

ସିଂହ: ଶୂଦ୍ର ବ୍ୟକ୍ତିଙ୍କ ସହିତ ଉତ୍ତମ ମିତ୍ରତା ସୂତ୍ରରେ ଅନୁବନ୍ଧିତ ହୋଇପାରନ୍ତି। ଏତଦ୍‌ ବ୍ୟତୀତ ଅନ୍ୟ କୌଣସି ଜାତି ସହିତ ଶତ୍ରୁତା ଉପୁଜେ ନାହିଁ । ଯେଶାକୁ ତେଶା ବ୍ୟବହାର କରି ସବୁରି ପ୍ରିୟପାତ୍ର ହେବେ।

କନ୍ୟା: ରାଜ ହେତୁକ ଧନ ଲୋଭର ସୁଯୋଗ ସୃଷ୍ଟି ହୋଇଛି। ସୁବର୍ଣ୍ଣ, ମଣି, ମୁକ୍ତା ଆଦି ମୂଲ୍ୟବାନ୍‌ ବସ୍ତୁ ରତ୍ନ ଲାଭର ସୂଚନା ମିଳୁଛି। ଗୃହ ପାଳିତ ପ୍ରାଣୀ ଖର୍ଦି, ବିକ୍ରିରୁ ଧନଲାଭ କରିପାରନ୍ତି। କ୍ରୋଧ ନିୟନ୍ତା ହେବେ।

ତୁଳା: ଚିତ୍ର ବିଦ୍ୟା ପାରଦର୍ଶୀ ହୋଇପାରନ୍ତି। ଅତିଶୟ ପୁଣ୍ୟ କର୍ମଶୀଳ ହେବାର ସୂଚନା ମିଳୁଛି। ଧନସମ୍ପଦ ଭରପୂର ରହିବ। ଚାଲିଚଳନ ନୃପ ତୁଲ୍ୟ ହେବ। ଆହାରେ ତ୍ୟକ୍ତ ଲଜ୍ଜା ଭୂମିକା ନିର୍ବାହ କରିପାରନ୍ତି।

ବିଛା: ସର୍ବାଦୌ ଚୋରମାନଙ୍କ ପ୍ରତି ସତର୍କ ରହିବେ। ଧନହାନିରୁ ବର୍ତ୍ତିଯିବେ। କୁମିତ୍ରମାନଙ୍କ ଚାଲିଚଳନ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ସେମାନଙ୍କୁ ନିନ୍ଦା କର୍ମରୁ ନିବୃତ୍ତ କରାଇ ସନ୍ମାର୍ଗୀ କରିପାରନ୍ତି।

ଧନୁ: ସରକାରୀ ସ୍ତରରୁ ଅନୁଦାନ ସ୍ବରୂପ ଧନ ରାଶି ପ୍ରାପ୍ତିର ସୂଚନା ମିଳୁଛି। ସେବା କ୍ଷେତ୍ରରେ ସମସ୍ତଙ୍କ ଆଦରଣୀୟ ହେବେ। କର୍ମ କ୍ଷେତ୍ରରେ ନିଜର ପୌରୁଷପଣିଆ ସାବ୍ୟସ୍ତ କରି ପୁଷ୍ପାବରଣ ହୋଇପାରନ୍ତି।

ମକର: ପରୋପକାରୀ କର୍ମପ୍ରଧାନ ହୋଇପାରନ୍ତି। ପାପୀମାନଙ୍କର ପାପ ପ୍ରତି ନିର୍ଦୟ ଆଚରଣ କରିବାକୁ ବାଧ୍ୟ ହେବେ। ଦୁଷ୍ଟ ସଙ୍ଗୀମାନଙ୍କୁ ପାଖରୁ ଅନ୍ତର କରି ଆଶ୍ବସ୍ତ ହେବେ। ଧର୍ମୀୟ ମନୋବୃତ୍ତିର ହେବେ।

କୁମ୍ଭ: ଦେବଭକ୍ତି ସମ୍ପନ୍ନ ହୋଇପାରନ୍ତି। ବୃକ୍ଷ, ଗୁଳ୍ମ, ଲତା ଇତ୍ୟାଦି ସବୁଜିମା ସୃଷ୍ଟିକାରୀଙ୍କ ପ୍ରତି ସ୍ନେହବୋଳା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ମାନବ ଧର୍ମ ରକ୍ଷାକର୍ତ୍ତା ହେବେ। କୃଷି କ୍ଷେତ୍ରରୁ ଲାଭ ଆସିପାରେ।

ମୀନ: ରକ୍ତଚାପଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ଯାନବାହନ ଚଳାଚଳର ସତର୍କ ରହିଲେ ଆଶୁ, ଆକସ୍ମିକ ଦୁର୍ଘଟଣାରୁ ରକ୍ଷା ପାଇଯିବେ। ସ୍ବର୍କମ ବଳରେ ବଳୀୟାନ୍‌ ହୋଇ ଦ୍ରୁତ ଗୌରବ ଫେରିବ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories