www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରତ୍ୟେକ ଦିନ ମନ୍ଦିର ଯିବାର ଶାରୀରିକ ଲାଭ

କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଦିନ ମନ୍ଦିର ଯାଇଥାଆନ୍ତି। କିନ୍ତୁ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ମନ୍ଦିର ଯାଇନପାରି ଘରେ ପୂଜା କରିଥାଆନ୍ତି। ଗୃହରେ ପୂଜା ଘର ରହିଥିଲେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। କିନ୍ତୁ ମନ୍ଦିର ଯିବା ଦ୍ୱାରା ଆଧ୍ୟାତ୍ମିକ ଲାଭ ମିଳିଥାଏ। ମନ୍ଦିର ଯିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପଡିଥାଏ। ମନ୍ଦିର ଯିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ସେ ସବୁ କ’ଣ ..
ଋକ୍ତଚାପ ନିୟନ୍ତ୍ରିତ ହୋଇଥାଏ :
ମନ୍ଦିରକୁ ଖାଲି ପାଦରେ ଯିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଏହାଦ୍ୱାରା ସକରାତ୍ମକ ଶକ୍ତି ଆମ ପାଦ ମଧ୍ୟ ଦେଇ ଶରୀରକୁ ପ୍ରବେଶ କରିଥାଏ। ଖାଲି ପାଦରେ ଚାଲିବା ଦ୍ୱାରା ପାଦର ତଳ ଭାଗରେ ଚାପ ପଡିଥାଏ। ଯାହାଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।
ଏକାଗ୍ରତା ବୃଦ୍ଧି ପାଇଥାଏ :
ମନ୍ଦିର ଯାଇ ମଥାରେ ଚନ୍ଦନ ଟିକା ଲଗାଇବା ଦ୍ୱାରା ମନ ଶାନ୍ତ ରହିଥାଏ। କାରଣ ଚନ୍ଦନରେ ଶୀତଳତା ରହିଛି। ମନ୍ଦିରରେ ଚନ୍ଦନ ଲଗାଇ କିଛି ସମୟ ଆଖି ବନ୍ଦ କରି ବସିବା ଦ୍ୱାରା ଏକାଗ୍ରତା ବୃଦ୍ଧି ପାଇଥାଏ।
ଶକ୍ତି ବୃଦ୍ଧି ପାଇଥାଏ :
ଯେବେ ବି ଆମେ ମନ୍ଦିର ଯାଇ ଘଣ୍ଟି ବଜାଇଥାଉ ତାହାର ଶଦ୍ଦ ଆମ କାନରେ ୭ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ। ଏହାଦ୍ୱାରା ଶରୀରକୁ ଶାନ୍ତି ମିଳିଥାଏ। ଏପରି ହେବା ଦ୍ୱାରା ଶରୀରରେ ଶକ୍ତି ବୃଦ୍ଧି ପାଇଥାଏ।
ମାନସିକ ଦୁଃଶ୍ଚିନ୍ତାରୁ ରକ୍ଷା କରେ :
ମନ୍ଦିରର ଶାନ୍ତ ପରିବେଶରେ ମନକୁ ଶାନ୍ତି ମିଳିଥାଏ। ଘଣ୍ଟି ଓ ଶଙ୍ଖର ଶଦ୍ଦରେ ମନକୁ ମାନସିକ ରୂପେ ଶାନ୍ତି ପ୍ରାପ୍ତି ହୋଇଥାଏ। ଏହାଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ।
ନିଦ୍ରା ଭଲ ହୋଇଥାଏ :
ମନ୍ଦିର ଯିବା ଦ୍ୱାରା ମନ ଶାନ୍ତ ରହିଥାଏ। ଏହା ମସ୍ତିଷ୍କରେ ଅଯଥା କଥା ସୃଷ୍ଟି କରି ନଥାଏ। ଏହାଦ୍ୱାରା ମନ ଶାନ୍ତ ହେବା ସହ ଭଲ ଭାବେ ନିଦ ହୋଇଥାଏ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories