www.samajalive.in
Saturday, December 6, 2025
23.1 C
Bhubaneswar

ଘରୋଇ ଉପାୟରେ ମଶ୍ଚରାଇଜର ପ୍ରସ୍ତୁତ

ମୁହଁରୁ ଅପରିଷ୍କାର ଧୂଳି ବାହାର କରିବା ପାଇଁ ଓ ଶୁଷ୍କତା ଦୂର କରିବା ପାଇଁ ମଶ୍ଚୁରାଇଜର ବ୍ୟବହାର କରାଯାଇଥାଏ। ବଜାରରେ ଅନେକ ପ୍ରକାରର ମଶ୍ଚୁରାଇଜର ଉପଲବ୍ଧ ଅଟେ। କିନ୍ତୁ ସେଥିରେ ଅନେକ ପ୍ରକାରର କେମିକାଲ ରହିଥାଏ। ଏପରି କ୍ଷେତ୍ରରେ ଆପଣଙ୍କ ରୋଷେଇ ଘରେ ମିଳୁଥିବା ଦ୍ରବ୍ୟରୁ ମଶ୍ଚୁରାଇଜର ପ୍ରସ୍ତୁତ କରି ମୁହଁରେ ଲଗାଇପାରିବେ। ଏହାଦ୍ବାରା ମୁହଁର କୌଣସି କ୍ଷତି ହୋଇନଥାଏ। ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି ମଶ୍ଚୁରାଇଜର ତିଆରି କରି ପାରିବା ..

ମହୁ, ଗ୍ଲିସେରିନ, ଲେମ୍ବୁ ରସ ଓ ଗ୍ରିନ-ଟି :

- Advertisement -

ଏକ ଚାମଚ ମହୁ, ୨ଚାମଚ ଗ୍ଲିସେରିନ, ୨ଚାମଚ ଗ୍ରିନ-ଟି ଓ ଅଳ୍ପ ଲେମ୍ବୁ ରସକୁ ଏକ ପାତ୍ରରେ ରଖି ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ପେଷ୍ଟଟିକୁ ମୁହଁରେ ଲଗାଇ ରାତିରେ ଶୁଅନ୍ତୁ। ଏହା ଆପଣଙ୍କ ମୁହଁରେ ମଶ୍ଚୁରାଇଜର ପରି କାର୍ଯ୍ୟ କରିଥାଏ।

ନଡିଆ ତେଲ, ଭିଟାମିନ-ଇ ତେଲ ଓ ଏସେଶିୟଲ ତେଲ :

ଏଥିରୁ ମଶ୍ଚୁରାଇଜର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଅଧ କପ ନଡିଆ ତେଲ ନିଅନ୍ତୁ। ସେଥିରେ ଭିଟାମିନ-ଇ ତେଲ ଓ ନିଜ ପସନ୍ଦ ମୁତାବକ ଏସେଶିୟଲ ତେଲ ମିଶାଇ ଦିଅନ୍ତୁ। ଏହାକୁ ଏକ ବନ୍ଦ ପାତ୍ରରେ ରଖି ମଝିରେ ମଝିରେ ମୁହଁରେ ଲଗାନ୍ତୁ। ଏହା ମୁହଁକୁ କୋମଳ କରିବା ସହ ଦାଗ ଛଡାଇବାରେ ସହାୟକ ହୋଇଥାଏ।

ଘିକୁଆଁରୀ, ଆର୍ଗନ ତେଲ ଓ ଏସେଶିୟଲ ତେଲ :

ଘିକୁଆଁରୀରେ ଏକ ଚାମଚ ଆର୍ଗନ ତେଲ ମିଶାଇ ଦିଅନ୍ତୁ। ସେଥିରେ ଏସେଶିୟଲ ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବେ ପେଷ୍ଟ ରୂପେ ପ୍ରସ୍ତୁତ କରି ଦିଅନ୍ତୁ। ଏହାକୁ ପ୍ରତିଦିନ ମୁହଁରେ ଲଗାନ୍ତୁ।

ଗ୍ରିନ-ଟି ଓ ନଡିଆ ତେଲ :

ନଡିଆ ତେଲରେ ଗ୍ରିନ-ଟି ପାଉଡରକୁ ମିଶାଇ ଦିଅନ୍ତୁ। ତାହାକୁ ଏକ ପାତ୍ରରେ ବନ୍ଦ କରି କିଛି ସମୟ ରଖି ଦିଅନ୍ତୁ। ତାପରେ ମିଶ୍ରଣଟିକୁ ଛାଣି ଦିଅନ୍ତୁ। ପ୍ରତିଦିନ ତାହାକୁ ମୁହଁରେ ଲଗାନ୍ତୁ। ଏହା ମଶ୍ଚୁରାଇଜର ପରି କାର୍ଯ୍ୟ କରିଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories