www.samajalive.in
Sunday, December 7, 2025
26.1 C
Bhubaneswar

ଭାରତୀୟ ବାୟୁସେନାର ପାଇଲଟଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ଫେରାଇବାକୁ ଦାବି

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ପାଇଲଟଙ୍କୁ ସୁରକ୍ଷିତ ଭାବେ ତୁରନ୍ତ ଭାରତକୁ ଫେରାଇ ଦେବା ପାଇଁ ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଇଛି। ଏ ନେଇ ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନର କାର୍ୟ୍ୟକାରୀ ଉପ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କରାଯାଇ ଅବଗତ କରାଇଛି। ଭାରତୀୟ ବାୟୁସେନାର ପାଇଲଟ ସୁରକ୍ଷିତ ଓ ନିରାପଦ ଭାବେ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବା ନେଇ ଆଶା କରାଯାଉଛି ବୋଲି ଉପ ଉଚ୍ଚାୟୁକ୍ତ ସୟଦ ହାଇଦର ଶାହାଙ୍କୁ ଭାରତ ଜଣାଇଛି।
ସୂଚନାଯୋଗ୍ୟ,ପାକିସ୍ତାନ ଯୁଦ୍ଧ ବିମାନ ବୁଧବାର ଭାରତୀୟ ବାୟୁ ସୀମା ଉଲ୍ଲଙ୍ଘନ କରି ସୀମାନ୍ତରେ ବୋମା ପକାଇଥିଲା।ଜବାବୀ କାର୍ୟ୍ୟାନୁଷ୍ଠାନରେ ପାକିସ୍ତାନର ଏକ ଏଫ-୧୬ ଯୁଦ୍ଧ ବିମାନ ଧ୍ୱଂସ ହୋଇଯାଇଛି। ତେବେ ଏହି ସମୟରେ ଭାରତର ଏକ ମିଗ୍-୨୧ ଯୁଦ୍ଧ ବିମାନ ନଷ୍ଟ ହୋଇଛି। ଭାରତର ଜଣେ ପାଇଲଟକୁ ପାକିସ୍ତାନ ଧରିଥିବା ଦାବି କରିଛି।  ଅନ୍ୟ ପକ୍ଷରେ ଭାରତ ସରକାର ଜଣେ ପାଇଲଟ ନିଖୋଜ ଥିବା ସ୍ୱୀକାର କରିଛନ୍ତି। ଏହାର ତଦନ୍ତ ଜାରି ରହିଛି।

ପାଇଲଟ ଜଣଙ୍କ ହେଉଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏବଂ ତାଙ୍କ ସର୍ଭିସ ନମ୍ବର ହେଉଛି ୨୭୯୮୧। ୩୫ ବର୍ଷିୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଚେନ୍ନାଇ ନିକଟରେ ଥିବା ସେଲାପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ୨୦୦୪ ମସିହାରେ ସେ ବାୟୁସେନାରେ ଫ୍ଲାଇଙ୍ଗ ଅଫିସର ଭେବେ ନିଯୁକ୍ତି ହୋଇଥିଲା

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories