www.samajalive.in
Sunday, December 14, 2025
16.1 C
Bhubaneswar

ଜିଏସଟି ସଂସ୍କାର ; ଏମଏସଏମଇ, ଇ-କମର୍ସ ଓ ପରିବହନ କ୍ଷେତ୍ର ହେବ ଲୋକାଭିମୁଖୀ

ନୂଆଦିଲ୍ଲୀ: ଗତ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ଜିଏସଟି ସଂସ୍କାର ଜିଏସଟି ପରିଷଦର ନିଷ୍ପତ୍ତି ପରେ ଚଳିତ ମାସ ୨୨ ତାରିଖରୁ ଲାଗୁ ହେବ। ଜିଏସଟି ପରିଷଦ ପୂର୍ବର ୪ଟି ଟିକସ ସ୍ଲାବକୁ ୨ଟି ସ୍ଲାବରେ ସୀମିତ ରଖିଥିବା ବେଳେ ନୂଆ ୪୦% ସ୍ଲାବ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏକ ଦକ୍ଷ ଏବଂ ନାଗରିକ-ଅନୁକୂଳ ଅର୍ଥନୀତି ଗଠନ କରିବା ଉଦ୍ଦେଶ୍ୟରେ ଦେଶର ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଧ୍ୟାନ ଦେଇ ଟିକସ ହାରକୁ କେତେକ କ୍ଷେତ୍ରରେ କମ କରାଯାଇଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ଛାଡ କରାଯାଇଛି। ଜିଏସଟି ପରିଷଦ ନିଷ୍ପତ୍ତି ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ଲୋକଭିମୁଖୀ କରିବ। ଟିକସ ବ୍ୟବସ୍ଥାକୁ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଦୁଇଟି ସ୍ଲାବରେ ଏକୀକୃତ କରିବା ସହ ସେସ୍ ବ୍ୟବସ୍ଥା ହଟାଇ ଦିଆଯିବା ଫଳରେ ଏମଏସଏମଇ ସହ ଜଡ଼ିତ ବ୍ୟବସାୟ ସହଜ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି। ବିଶେଷ କରି ଇ-କମର୍ସ ପ୍ଲାଟଫର୍ମ ଗୁଡିକ ଏହାଦ୍ବାରା ଅଧିକ ଲାଭବାନ ହେବେ ଏବଂ ବ୍ୟବସାୟଗୁଡ଼ିକୁ ଅଧିକ ପ୍ରତିଯୋଗିତାମୂଳକ ହେବ। ମୁଖ୍ୟତଃ, କାର୍ଟୁନ, ବାକ୍ସ, ଟ୍ରେ ଏବଂ ପ୍ୟାକିଂ କାଗଜ ଭଳି ସାମଗ୍ରୀର ମୂଲ୍ୟ ହ୍ରାସ ପାଇବା ଏଭଳି ବ୍ୟବସ୍ଥାକୁ ସହଜ କରିବ। ଏ କ୍ଷେତ୍ରରେ ଜିଏସଟି ମାତ୍ର ୫ ପ୍ରତିଶତକୁ ହ୍ରାସ ପାଇବା ସହିତ, ବିକ୍ରେତାମାନେ ଏବେ ଉପଭୋକ୍ତାମାନଙ୍କୁ ପଠାଉ ଥିବା ସାମଗ୍ରୀ ଉପରେ କମ୍ ଖର୍ଚ୍ଚ କରିବେ। ବିଶେଷ ଭାବେ ପ୍ୟାକେଜିଙ୍ଗ କ୍ଷେତ୍ରରେ ଏମଏସଏମଇ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପାଇଁ ଏହା ଅଧିକ ଫଳପ୍ରଦ ହେବ। ଏହାଦ୍ବାରା ଖାଦ୍ୟ ସାମଗ୍ରୀ ଶସ୍ତା ହେବ ଯାହା ଗ୍ରାହକମାନଙ୍କୁ ମଧ୍ୟ ଅଧିକ ସଞ୍ଚୟ କରିବା ଲାଗି ସୁଯୋଗ ପ୍ରଦାନ କରିବ। ଜିଏସଟି ପରିଷଦ ନିଷ୍ପତ୍ତି ଅନୁଯାୟୀ, ପରିବହନ କ୍ଷେତ୍ର ମଧ୍ୟ ଜିଏସଟି ସଂସ୍କାର ଦ୍ଵାରା ଲାଭାନ୍ଵିତ ହେବ। ଦେଶର ପ୍ରାୟ ୭୦% ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ଏବଂ ଡେଲିଭରି ଭ୍ୟାନ୍ ଏବେ ୨୮% ପରିବର୍ତ୍ତେ ୧୮% ଟିକସ ଦେବେ। ଫଳରେ ମାଲ ପରିବହନ ଦର ହ୍ରାସ ପାଇବ ଏବଂ ସୁନିଶ୍ଚିତ ବିତରଣ ହୋଇପାରିବ।

୧୫ ସେପ୍ଟେମ୍ବର ପରେ ଏହି ୪ ରାଶିଙ୍କ ପାଇଁ ଆସୁଛି ବଡ ଖୁସି ; ଶୁକ୍ର ଚଳନ ପରେ ହେବେ ହଠାତ୍‌ ଧନୀ, ମିଳିବ ସଫଳତା..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories