ନୂଆଦିଲ୍ଲୀ: ଜିଏସଟି ୨.୦ରେ ଟିକସ ହାର ହ୍ରାସ ପାଇବା ଫଳରେ ଦେଶର ପ୍ରମୁଖ କାର ନିର୍ମାତାମାନେ ପ୍ରଚଳିତ ମଡେଲଗୁଡିକର ଦର ହ୍ରାସ କରିଛନ୍ତି। ଚଳିତ ମାସ ୨୨ରୁ ପରିବର୍ତ୍ତିତ ଜିଏସଟି ଟିକସ ହାର ଲାଗୁ ହେବାକୁ ଥିବା ବେଳେ ଭାରତୀୟ ଅଟୋ କ୍ଷେତ୍ରରେ ବ୍ୟାପକ ମୂଲ୍ୟ ହ୍ରାସ ପାଇଛି ଓ କାର ନିର୍ମାତାମାନେ ଏହାର ଲାଭ ସିଧାସଳଖ ଗ୍ରାହକଙ୍କୁ ଦେଉଛନ୍ତି। ଏଣ୍ଟ୍ରି-ଲେବଲ୍ ହ୍ୟାଚବ୍ୟାକ୍ ଠାରୁ ଆରମ୍ଭ କରି ଲଗଜରୀ ଏସୟୁଭି ପର୍ଯ୍ୟନ୍ତ, ଗ୍ରାହକମାନେ ଏବେ ୬୫ ହଜାରରୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ।
ମହିନ୍ଦ୍ରା କମ୍ପାନୀ କାର ମୂଲ୍ୟରେ ପ୍ରାୟ ୧ ଲକ୍ଷ ୫୬ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ କରିଛି। ବୋଲେରୋ ନିଓ ୧ ଲକ୍ଷ ୨୭ ହଜାର, ଏକ୍ସୟୁଭି ପେଟ୍ରୋଲ କାର ୧ ଲକ୍ଷ ୪୦ ହଜାର ଓ ଡିଜେଲ କାର ୧ ଲକ୍ଷ ୫୬ ହଜାର ଟଙ୍କା ଶସ୍ତା ହୋଇଛି। ସେହିପରି ଥର ୧ ଲକ୍ଷ ୩୫ ହଜାର ଓ ଥର ରକ୍ସ ୧ ଲକ୍ଷ ୩୩ ହଜାର ଶସ୍ତା ହୋଇଛି। ସ୍କର୍ପିଓ କ୍ଲାସିକ୍ ୧.୦୧ ଲକ୍ଷ ଟଙ୍କା, ସ୍କର୍ପିଓ ଏନ ୧.୪୫ ଲକ୍ଷ ଟଙ୍କା ଏବଂ ଏକ୍ସୟୁଭି୭୦୦ ୧.୪୩ ଲକ୍ଷ ଟଙ୍କା ଶସ୍ତା ହୋଇଛି।
ଟାଟା ମୋଟର୍ସ ୧.୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘୋଷଣା କରିଛି। ଟିଆଗୋ ୭୫ ହଜାର ଟଙ୍କା, ଟିଗୋର ୮୦ ହଜାର ଟଙ୍କା ଏବଂ ଅଲ୍ଟ୍ରୋଜ୍ ୧.୧୦ ଲକ୍ଷ ଟଙ୍କା ହ୍ରାସ ପାଇଛି। ପଞ୍ଚ ଏବଂ ନେକ୍ସନ ଭଳି ଏସୟୁଭି ୮୫ ହଜାର ଏବଂ ୧.୫୫ ଲକ୍ଷ ଟଙ୍କା ଶସ୍ତା ହୋଇଛି। ହାରିଅର ୧.୪ ଲକ୍ଷ ଓ ସଫାରି ୧.୪୫ ଲକ୍ଷ ଟଙ୍କା ହ୍ରାସ ପାଇଛି। କର୍ଭଭ ଉପରେ ମଧ୍ୟ ୬୫ ହଜାର ଟଙ୍କାର ରିହାତି ପ୍ରଦାନ କରାଯାଇଛି।
ଟୟୋଟା କାର ତାର ବିଭିନ୍ନ ମଡେଲ ଉପରେ ୩ ଲକ୍ଷ ୪୯ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ କରିଛି। ଫର୍ଚୁନର ଉପରେ ସର୍ବାଧିକ ୩.୪୯ ଲକ୍ଷ ଟଙ୍କା ହ୍ରାସ ହୋଇଥିବା ବେଳେ ଲେଜେଣ୍ଡର ୩.୩୪ ଲକ୍ଷ ଟଙ୍କା, ହିଲକ୍ସ ୨.୫୨ ଲକ୍ଷ ଟଙ୍କା, ଭେଲଫାୟାର ୨.୭୮ ଲକ୍ଷ ଟଙ୍କା ଏବଂ କାମରି ୧.୦୧ ଲକ୍ଷ ଟଙ୍କା ଶସ୍ତା ହୋଇଛି। ଇନୋଭା କ୍ରିଷ୍ଟା ଓ ଇନୋଭା ହାଇକ୍ରଶ ୧.୮୦ ଲକ୍ଷ ଏବଂ ୧.୧୫ ଲକ୍ଷ ଟଙ୍କା ହ୍ରାସ ପାଇଛି। ଅନ୍ୟ ମଡେଲଗୁଡ଼ିକ ଉପରେ ୧.୧୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ସ୍କୋଡା ଗାଡି ଗୁଡିକ ଉପରେ ଉତ୍ସବ ଅଫର ସହିତ ଜିଏସଟି ରିହାତି ଘୋଷଣା କରାଯାଇଛି। କୋଡିଆକ ମଡେଲ ଉପରେ ୫.୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି । ସେହିପରି କୁଶାକ ୬୬ ହଜାର ଓ ସ୍ଲାଭିଆ ୬୩ ହଜାର ଟଙ୍କା ଶସ୍ତା ହୋଇଛି। ଅନ୍ୟ ମଡେଲ ଗୁଡିକ ମଧ୍ୟରେ ରେନଲ୍ଟ ୯୬ ହଜାର ୩୯୫ ଟଙ୍କା, ବିଏମଡବ୍ଲ୍ୟୁ ୮ ଲକ୍ଷ ୯୦ ହଜାର, ମର୍ସିଡିଜ୍-ବେଞ୍ଜ ବିଳାସପୂର୍ଣ୍ଣ କାର ୨ ଲକ୍ଷ ୬୦ ହଜାରରୁ ୧୧ ଲକ୍ଷ ଟଙ୍କା, ହ୍ୟୁଣ୍ଡାଇ ୨ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି।
୧୫ ସେପ୍ଟେମ୍ବର ପରେ ଏହି ୪ ରାଶିଙ୍କ ପାଇଁ ଆସୁଛି ବଡ ଖୁସି ; ଶୁକ୍ର ଚଳନ ପରେ ହେବେ ହଠାତ୍ ଧନୀ, ମିଳିବ ସଫଳତା..



