www.samajalive.in
Saturday, December 6, 2025
26.1 C
Bhubaneswar

ଲଗାଣ ବର୍ଷାରେ ପୁଣି ଧୋଇଗଲା ଗୁମାଡ଼ି ପୋଲ ରାସ୍ତା

ଫୁଲବାଣୀ: ଲଗାଣ ବର୍ଷାରେ ପୁଣି ଧୋଇଗଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଗୁମାଡ଼ି ପୋଲ ଡାଇଭର୍ଷନ ରାସ୍ତା  । ପ୍ରବଳ ବର୍ଷା ଯୋଗୁଁ ପୁଣି ଡାଇଭର୍ଷନ ରାସ୍ତା ଧୋଇଯିବାରୁ ପଞ୍ଚାୟତବାସୀ ହନ୍ତସନ୍ତ ହେଉଥିବା ବେଳେ ଉକ୍ତ ରାସ୍ତା ଯାତାୟାତ କରୁଥିବା  ଗାଡି ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା ଫଳରେ ଗତ ଜୁଲାଇ ମାସରେ  ଉକ୍ତ ରାସ୍ତା ଉପରେ ୪ରୁ ୫ଫୁଟ ପାଣି ଯାଉଥିବା ବେଳେ  ସମ୍ପୂର୍ଣ ରାସ୍ତା ଧୋଇ ଯାଇଥିଲା ।  ଏହି ରାସ୍ତା ୫ଟି ପଞ୍ଚାୟତକୁ ସଂଯୋଗ କରୁଛି । ୨ମାସ  ତଳେ
ଏହି ଭଳି ସମାନ ଘଟଣା ଘଟିଥିବା ବେଳେ ଶନିବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ପୁନର୍ବାର ଗୁମାଡ଼ି ପୋଲର ଡାଇଭର୍ଷନ ରୋଡ ଧୋଇଯାଇଛି  । ନିମ୍ନ କାମର କାର‌୍ୟ୍ୟ ଯୋଗୁଁ ଏଭଳି ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories