www.samajalive.in
Friday, December 5, 2025
20.1 C
Bhubaneswar

ପାକିସ୍ତାନରେ ବନ୍ୟା : ୩୩ ମୃତ, ୭ ଲକ୍ଷ ସ୍ଥାନାନ୍ତର

ଇସଲାମାବାଦ : ପାକିସ୍ତାନ ପଞ୍ଜାବ ପ୍ରଦେଶରେ ବଡ ଧରଣର ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ଲକ୍ଷ ଲୋକ ସ୍ଥାନାନ୍ତର ହୋଇଛନ୍ତି। ଏହା ସହିତ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ମରିୟମ୍ ଔରଙ୍ଗଜେବ୍ କହିଛନ୍ତି ରାଜ୍ୟରେ ଦେଖାଯାଇଥିବା ବନ୍ୟା ବିଗତ ବର୍ଷର ବନ୍ୟାଗୁଡିକ ମଧ୍ୟରେ ସର୍ବାଧିକ। ସତଲେଜ୍, ଚେନାବ ଓ ରାବି ନଦୀରେ ଏକକାଳୀନ ବନ୍ୟା ଆସିଛି। ପଞ୍ଜାବ ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ବନ୍ୟା ଯୋଗୁଁ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ ହୋଇଛି। ୨୨୦୦ଟି ଗାଁ ଏବେ ଜଳମଗ୍ନ ହୋଇ ରହିଛି। ପାକିସ୍ତାନର ଜାତୀୟ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଜୁଲାଇ ୧ରୁ ଅଗଷ୍ଟ ୨୭ ମଧ୍ୟରେ ପଞ୍ଜାବ ପ୍ରଦେଶରେ ୨୬.୫% ବର୍ଷା ହୋଇଛି। ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଜୁନ୍ ୨୬ ତାରିଖ ପରଠାରୁ ବର୍ଷା ବିତ୍ପାତ ଯୋଗୁଁ ପାକିସ୍ତାନରେ ୮୯୪ଜଣଙ୍କର ମୃତ୍ୟୁ ହେଲାଣି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories