www.samajalive.in
Wednesday, December 10, 2025
16.1 C
Bhubaneswar

ଆଜିଠାରୁ ଏସିଆ କପ୍‌ ପୁରୁ​‌ଷ ହକି ; ଭାରତ ନିକଟରେ ୨୦୨୬ ବିଶ୍ବକପ ପାଇଁ ଯୋଗ୍ୟତା ସୁଯୋଗ

ନୂଆଦିଲ୍ଲୀ: ବିହାରର ରାଜଗିରିରେ ଚଳିତ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଏସିଆ କପ୍‌ ହକି ଚମ୍ପିଆନସିପ୍‌-୨୦୨୫ ଖେଳାଯିବ। ଏଥିରେ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପୁଲ-ଏ ରେ ଭାରତ ସମେତ ଜାପାନ, ଚୀନ ଓ କାଜାଖସ୍ତାନ ରହିଥିବାବେଳେ ପୁଲ-ବି ରେ ବାଂଲାଦେଶ, ଚାଇନିଜ ତାଇପେଇ, ମାଲେସିଆ ଓ ଦକ୍ଷିଣ କୋରିଆ ରହିଛନ୍ତି। ଶୁକ୍ରବାର ଉଦ୍‌ଘାଟନୀ ଦିବସରେ ୪ଟି ମ୍ୟାଚ ଖେଳାଯିବ। ଗ୍ରୁପ-ଏରେ ଜାପାନ-କାଜାଖସ୍ତାନକୁ ଓ ଭାରତ-ଚୀନ୍‌କୁ ଓ ଗ୍ରୁପ-ବିରେ ମାଲେସିଆ-ବାଂଲାଦେଶକୁ ଓ ଦକ୍ଷିଣ କୋରିଆ- ଚାଇନିଜ ତାଇପେକୁ ଭେଟିବ। ପାକିସ୍ତାନ ଓ ଓମାନ ପ୍ରତିଯୋଗିତାରୁ ଓହରି ଯିବା ପରେ ଉକ୍ତ ଦୁଇ ଦଳ ବଦଳରେ ବାଂଲାଦେଶ ଓ କାଜାଖସ୍ତାନ ସାମିଲ ହୋଇଛନ୍ତି। ଦୁଇ ଗ୍ରୁପର ଶ୍ରେଷ୍ଠ ୪ ଦଳ ସୁପର-୪କୁ ଉନ୍ନୀତ ହେବେ।
ସୁପର-୪ ପର୍ଯ୍ୟାୟ ସେପ୍ଟେମ୍ବର ୩ରୁ ୬ ପର୍ଯ୍ୟନ୍ତ ଖେଳାଯିବ। ସୁପର-୪ର ଶ୍ରେଷ୍ଠ ଦୁଇ ଦଳ ଫାଇନାଲକୁ ଉନ୍ନୀତ ହେବେ। ଫାଇନାଲ ସେପ୍ଟେମ୍ବର ୭ରେ ଖେଳାଯିବ। ଅଭିଜ୍ଞ ଡ୍ରାଗ୍‌ ଫ୍ଳିକର ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ଭାରତ ଉକ୍ତ ପ୍ରତିଯୋଗିତା ଖେଳିବ। ପ୍ରତିଯୋଗିତାର ଚମ୍ପିଆନ ଦଳ ସିଧାସଳଖ ବେଲଜିୟମ ଓ ନେଦରଲାଣ୍ଡରେ ଆୟୋଜିତ ହେବାକୁ ଥିବା ୨୦୨୬ ଏଫ୍‌ଆଇଏଚ ପୁରୁଷ ହକି ବିଶ୍ବକପ ଖେଳିବାକୁ ଯୋଗ୍ୟତା ହାସଲ କରିବ। ଭାରତୀୟ ଦଳ ନିକଟରେ ପୁରୁଷ ହକି ବିଶ୍ବକପ ଯୋଗ୍ୟତା ନେଇ ବଡ଼ ସୁଯୋଗ ରହିଛି। ଦଳରେ ସିନିୟର ଖେଳାଳି ଭାବେ ଗୋଲରକ୍ଷକ କ୍ରିଷ୍ଣନ ବାହାଦୂର ପାଠକ ଓ ସୂରଜ କେରେକେରାଙ୍କ ସହ ମିଡଫିଲଡର ମନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ, ରାଜେନ୍ଦର ସିଂହ, ରାଜକୁମାର ପାଲ, ହାର୍ଦିକ ସିଂହ, ଫରୱାର୍ଡ ମନଦୀପ ସିଂହ, ଅଭିଷେକ, ସୁଖଜିତ ସିଂହ, ଶିଳାନନ୍ଦ ଲାକ୍ରା, ଓ ଦିଲପ୍ରୀତ ସିଂହ, ଡିଫେଣ୍ଡର ବିଭାଗରେ ଅମିତ ରୋହିଦ‌ାସଙ୍କ ଭଳି ଖେଳାଳି ରହିଛନ୍ତି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରେଗ ଫୁଲଟନ କହିଛନ୍ତି ଯେ, ଏସିଆ କପରୁ ଆମକୁ ୨୦୨୬ ଏଫ୍‌ଆଇଏଚ୍‌ ହକି ବିଶ୍ବକପ ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଆମେ ଦଳ ପ୍ରସ୍ତୁତି କରିଛୁ। ପ୍ରତିଯୋଗିତାରୁ ପାକିସ୍ତାନ ଓହରି ଯିବା ପରେ ଦକ୍ଷିଣ କୋରିଆ, ଜାପାନ ଭାରତର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବୋଲି ଫୁଲଟନ କହିଛନ୍ତି। ପ୍ରତିଯୋଗିତାରେ ଭାରତ ୩ଥର ୨୦୦୩, ୨୦୦୭ ଓ ୨୦୧୭ରେ ଚମ୍ପିଆନ ହୋଇଛି। ଦଳ ୨୦୨୨ ଶେଷ ସଂସ୍କରଣରେ ୩ୟ ସ୍ଥାନ ହାସଲ କରିଥିଲା।

ପିତୃପକ୍ଷରେ ଚନ୍ଦ୍ରଗ୍ରହଣ ; ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ,ଅଶୁଭ..

- Advertisement -

 

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories