www.samajalive.in
Sunday, December 14, 2025
23.1 C
Bhubaneswar

ଘୋଷଣା ହେଲାନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ଗଣେଶ ପୂଜା, କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଭଳି ପାର୍ବଣରେ ପ୍ରଚାରକୁ ଜୋରଦାର କରନ୍ତି ଛାତ୍ର ସଙ୍ଗଠନ, ମାତ୍ର ଏବେ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଉଚ୍ଚଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇପାରୁ ନଥିବାରୁ ନେଇ ଛାତ୍ର ସଙ୍ଗଠନ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

୨୦୨୫-୨୬ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଘୋଷଣା କରିଥିଲେ। ଏବେ ତାରିଖ ଘୋଷଣାକୁ ଅପେକ୍ଷା କରିଛନ୍ତି ଆଶାୟୀ ପ୍ରାର୍ଥୀ ଓ ଛାତ୍ର ସଙ୍ଗଠନ। ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମାହୁତି ପରେ କ୍ୟାମ୍ପସରେ ଉଷ୍ଣତା ଥିବାରୁ ନିର୍ବାଚନକୁ ନେଇ ଚିନ୍ତାରେ ପଡ଼ିଛି ଉଚ୍ଚଶିକ୍ଷା ବିଭାଗ। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମଧ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଆସି ନ ଥିବାରୁ ଚିନ୍ତାରେ ଅଛନ୍ତି। ଏଆଇଡିଏସ୍‌ଓ ଛାତ୍ର ସଙ୍ଗଠନ ନିର୍ବାଚନ ଦାବିରେ ନିକଟରେ ବିକ୍ଷୋଭ କରିଥିଲା। ବିଜେଡି ଶାସନ କାଳରେ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ କ୍ୟାମ୍ପସରେ  ନିର୍ବାଚନ ହୋଇନାହିଁ।  ବିଜେପି ସରକାର ଆସିବା ପରେ  ୨୦୨୪ରେ ମଧ୍ୟ ନିର୍ବାଚନ ହୋଇ ନ ଥିଲା। ପ୍ରାୟ ୭ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ୨୦୨୫ରୁ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି କଟକର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ, କିନ୍ତୁ ଏ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

- Advertisement -

ଛାତ୍ର ବିଜେଡି ରାଜ୍ୟ ସଭାପତି ଈପ୍ସିିତା ସାହୁ କହିଛନ୍ତି ଆମ ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ମାତ୍ର ରାଜ୍ୟ ସରକାର ଏଯାବତ୍‌ ତାରିଖ ଘୋଷଣା କରିନାହାନ୍ତି। ଭଉଣୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ଆମେ ଚେଷ୍ଟା କରିବୁ। ଆସନ୍ତା ନିର୍ବାଚନରେ ବିଦ୍ୟାର୍ଥୀଙ୍କ ସୁରକ୍ଷାକୁ ପ୍ରସଙ୍ଗ କରିବୁ। ସୌମ୍ୟାଶ୍ରୀଙ୍କ ଫଟୋ ଧରି ସବୁ କ୍ୟାମ୍ପସ୍‌ରେ ଛାତ୍ରୀଙ୍କ ସୁରକ୍ଷା କଥା ଉଠାଇବୁ।  ଛାତ୍ର କଂଗ୍ରେସ ପୂର୍ବତନ ଉପ-ସଭାପତି ନିରଞ୍ଜନ ଦାସ କହିଛନ୍ତି ବିଜେପି ସରକାର ମିଥ୍ୟା ପ୍ରତିଶ୍ରୁତି ଦେବାରେ ମାହିର। ଛାତ୍ର ସଂସଦ ନିର୍ବାଚନ କଥା କହି ସାଧାରଣ ନିର୍ବାଚନରେ ଜିତିଥିଲା ବିଜେପି। ସରକାର କରିବା ପରେ ୨୦୨୪ରେ ମଧ୍ୟ ନିର୍ବାଚନ କରି ନ ଥିଲେ। ନିର୍ବାଚନ ହେଲେ କଂଗ୍ରେସ ଜିତିବା ଆଶଙ୍କା କରି ନିର୍ବାଚନ ତାରିଖ ଘୋଷଣା କରୁନି ବିଜେପି ସରକାର। ତୁରନ୍ତ ନିର୍ବାଚନ ତାରିଖ ଘୋଷଣା କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବ ଛାତ୍ର କଂଗ୍ରେସ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)  ନେତା ତଥା ପୂର୍ବତନ ରାଜ୍ୟ ସମ୍ପାଦକ ଅରଜିତ ପଟ୍ଟନାୟକ କହିଛନ୍ତି ଏବିଭିପି ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ଆମେ ଦୃଢ଼ ଆଶାବାଦୀ ଅଛୁ, ଖୁବ୍‌ଶୀଘ୍ର ତାରିଖ ଘୋଷଣା ହେବ। ନିର୍ବାଚନ ହେବ ବୋଲି ସରକାର ମଧ୍ୟ ଏନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି। ଆମେ ସବୁ କ୍ୟାମ୍ପସରେ ସାଙ୍ଗଠନିକ କାର୍ଯ୍ୟ ଚଳାଇଛୁ। ନିର୍ବାଚନ ହେଲେ ଆ‌େ‌ମ ବିଜୟ ହାସଲ କରିବୁ।

Hot this week

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

Related Articles

Popular Categories