www.samajalive.in
Monday, December 15, 2025
14.1 C
Bhubaneswar

ଏବେବି ଖସିନି ବନ୍ୟାପାଣି, ଉଜୁଡିବ ସାରଦା ଧାନତଳି

ଆରଡି : ବୈତରଣୀରେ ଆସିଥିବା ବନ୍ୟା ଦୀର୍ଘ ୬ଦିନ ଧରି ତା’ର କରାଳ ରୂପ ଦେଖାଦେବା ପରେ ଗତ ବୁଧବାରଠାରୁ କମିବାରେ ଲାଗିଛି। ଫଳରେ ଚାନ୍ଦବାଲି ବ୍ଲକର  ୪ ପଞ୍ଚାୟତରେ  ୨୦ ଗାଁ  ପ୍ରଭାବିତ ହୋଇଛି।  କ୍ଷେତ ଓ ପଥରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ  ଏବେବି ଅନେକ ଲୋକମାନେ ପାଣିରେ ପଶି ଯାତାୟତ କରୁଛନ୍ତି।   ୬ଦିନ ହେଲା ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ବନ୍ୟାର ୫ଦିନ ପରେ  ଜିଲା ପ୍ରଶାସନ ଅଧିକାରୀ ବନ୍ୟାଞ୍ଚଳକୁ ଯାଇ ବିପନ୍ନଙ୍କୁ ଭେଟିବା ସହ ଜଳଵନ୍ଦି ହୋଇ ରହିଥିବା ବିପନ୍ନ ମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଇଥିଲେ ମଧ୍ଯ ଗୋଟିଏ ଓଳି ରନ୍ଧାଖାଦ୍ୟ ଦେଇ ପ୍ରଶାସନ ତା’ର କାମ ସାରିଛି। ଏପରିକି ବନ୍ଯାର ୫ଦିନ ପରେ ବିପନ୍ନଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବାରୁ ବହୁ ବିପନ୍ନ ଖାଦ୍ୟ ଗ୍ରହଣ ନକରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପାଣି ଛାଡିବା ଯାଏଁ ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ ପ୍ରେସ ବିବୃତି ଦେଇଥିଲେ। ହେଲେ ଏପଟେ ବିପନ୍ନ ଭୋକ ଉପାସରେ ସ୍କୁଲ ଘରେ ଦୀର୍ଘ ୫ଦିନ  ରହିବା ପରେ ବନ୍ଯାପାଣି କମିବାରୁ ନିଜ ଘରକୁ ଫେରି ସଜାଡୁଛନ୍ତି। ବନ୍ୟାପାଣି ଗାଁ ଦାଣ୍ଡ ଓ ଘରେ ପଶିବାରୁ ବେଶି ପ୍ରଭାବିତ ହୋଇଛି କଚ୍ଚାଘର। କେଉଁଠି ପାଣି ପଶି କାନ୍ଥ ଭୁଶୁଡ଼ି ପଡ଼ିଛି ତ ଆଉ କେଉଁଠି ଘରର ଆସବାବପତ୍ର ଓ ଦରକାରୀ କାଗଜପତ୍ର ବତୁରିଯାଇ ନଷ୍ଟ ହୋଇଯାଇଛି। ଏପରିକି ବନ୍ଯାଞ୍ଚଳରେ ଅଧିକାଂଶ ନଳକୂପ ବୁଡିଯାଇଥିବାରୁ ବିପନ୍ନମାନେ ଶୋଷ ମେଣ୍ଟାଇବା ପାଇଁ ନଳକୂପର ଦୂଷିତ ପାଣି ପିଉଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories