www.samajalive.in
Saturday, December 6, 2025
16.1 C
Bhubaneswar

ବଡ ଭେଟି.. ମାଗଣାରେ ମିଳିବ ନିଟ୍‌ ଓ ଜେଇଇ ପାଇଁ କୋଚିଂ, ସରକାର ନେଲେ ବଡ ପଦକ୍ଷେପ

ରାୟପୁର : ଛତିଶଗଡ ସରକାର ନିଟ୍‌ ଓ ଜେଇଇ ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କୁ ବଡ ଭେଟି ଦେଇଛନ୍ତି। ଏମାନଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯିବ। ଛତିଶଗଡ ସରକାରଙ୍କ ଅନୁସାରେ ଏହି କୋଚିଂରେ ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯିବ। ସହରରେ ୬୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ପାଇଁ ଚୟନ କରାଯିବ। ଏଥିରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ରହିବେ।

ମିଳିଥିବା ସୂଚନାନୁଯାୟୀ, ରାଜନନ୍ଦଗାଓଁ ଜିଲା ପ୍ରଶାସନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ ନିଟ୍‌ ଓ ଜେଇଇ କୋଚିଂ ପ୍ରଦାନ କରିବାର ଏକ ନୂଆ ଯୋଜନା ଆରମ୍ଭ କରୁଛି । ଏହି ଅବସରରେ ରାଜନନ୍ଦଗାଓଁର ଜିଲ୍ଲାପାଳ ସର୍ବେଶ୍ୱର ନରେନ୍ଦ୍ର ଭୁରେ କହିଛନ୍ତି, ମାଗଣାରେ କୋଚିଂ ଆରମ୍ଭ କରାଯାଇଛି। ପିଲାଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯାଉଛି।

ଦେଶର ସବୁଠାରୁ ଧନୀ ଗଣେଶ : କେଜି କେଜି ସୁନା, ରୁପାରେ ହୁଏ ପ୍ରଭୁଙ୍କ ସାଜସଜ୍ଜା..

- Advertisement -

ରାଜନନ୍ଦଗାଓଁ ଜିଲ୍ଲା ପ୍ରଶାସନ ଅନୁଯାୟୀ, ପିଲାମାନଙ୍କୁ ତାଲିମ ଦେବା ପାଇଁ ୧୦ଟି କ୍ଲଷ୍ଟର ଗଠନ କରାଯିବ। ଜିଲ୍ଲା ଅଧିକାରୀଙ୍କ ଅନୁଯାୟୀ, ଏହି କୋଚିଂର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଏକ ଭଲ ଅଭିଜ୍ଞତା ପ୍ରଦାନ କରିବା। ଏହି ଶ୍ରେଣୀଗୁଡ଼ିକ ଅନଲାଇନ୍ ଏବଂ ଅଫଲାଇନ୍‌ ଉଭୟରେ ପରିଚାଳିତ ହେବ। ଶିକ୍ଷକମାନେ ଉଭୟ ପ୍ଲାଟଫର୍ମରେ ପିଲାମାନଙ୍କ ପାଇଁ ଉପଲବ୍ଧ ହେବେ।

୩୦ ଅଗଷ୍ଟରେ ବୁଦ୍ଧାଦିତ୍ୟ ରାଜଯୋଗ ; ଏହି ରାଶିଙ୍କୁ ବ୍ୟବସାୟରେ ମିଳିବ ବଡ ଲାଭ, ଖାଲି ମିଳିବ ସଫଳତା..

ସୂଚନା ଅନୁଯାୟୀ, ମେ’ ୨୦୨୫ ରେ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ରାଜ୍ୟରେ ଦ୍ୱାଦଶ ଶ୍ରେଣୀର ଫଳାଫଳ ଘୋଷଣା କରିଥିଲା। ଯେଉଁଥିରେ ୮୮.୩୯% ଛାତ୍ରଛାତ୍ରୀ ପାସ୍ କରିଥିଲେ। ଏହା ବ୍ୟତୀତ ୭୬.୫୩% ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପାସ୍ କରିଥିଲେ। ୨୦୨୫ରେ, ମୋଟ ୯,୯୨,୩୫୦ ଛାତ୍ରଛାତ୍ରୀ ଜେଇଇ ମେନ୍ସର ଏପ୍ରିଲ ସେସନ୍ ୨ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ପିଲାମାନେ ଛତିଶଗଡ଼ ସରକାରଙ୍କ ଏହି ନୂତନ ପଦକ୍ଷେପରେ ଖୁସି। ସେମାନେ କହିଛନ୍ତି, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତିରେ କୋଚିଂ ସାହାଯ୍ୟ କରେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories