www.samajalive.in
Friday, December 5, 2025
26.1 C
Bhubaneswar

ଭାରତ ଓ ପାକିସ୍ତାନର ସାମରିକ ଶକ୍ତି ଆକଳନ !

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଶ୍ବର ସମସ୍ତ ଦେଶର ସୈନ୍ୟବଳକୁ ନେଇ ଆକଳନ କରୁଥିବା ଗ୍ଲୋବାଲ ଫାୟର ପାୱାର ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ପାକିସ୍ତାନ ଭାରତ ସାମ୍ନାର ଠିଆ ହେବାର ଶକ୍ତି ନାହିଁ । ପ୍ରତିଟି କ୍ଷେତ୍ରରେ ପାକିସ୍ତାନର ସୈନ୍ୟବଳ ଭାରତ ଠାରୁ ଅଧା । ପାକିସ୍ତାନ ନିକଟରେ ୧,୨୮୧ ଯୁଦ୍ଧ ବିମାନ ରହିଥିବା ବେଳେ ଭାରତ ନିକଟରେ ୨,୧୮୫ ଯୁଦ୍ଧ ବିମାନ ରହିଛି । ଭାରତ ପାଖରେ ୪,୪୨୬ ଟ୍ୟାଙ୍କର ଏବଂ ପାକିସ୍ତାନ ନିକଟରେ ୨,୧୮୨ ଟ୍ୟାଙ୍କର ରହିଛି । ସୂଚନା ଅନୁଯାୟୀ ୧୩୬ ଦେଶ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଏହି ସୂଚିରେ ପାକିସ୍ତାନ ୧୭ ତମ ସ୍ଥାନରେ ରହିଛି ।

ଇଣ୍ଟରନେସନାଲ ଇଷ୍ଟିଚିୟୁଟ ଅଫ୍ ଷ୍ଟାଟେଜିକ ଷ୍ଟଡିଜ (ଆଇ.ଆଇ.ଏସ.ଏସ) ଅନୁଯାୟୀ ଭାରତ ୧୪ ଲକ୍ଷ ସକ୍ରିୟ ସୈନିକଙ୍କ ପାଇଁ ୨୦୧୮ରେ ୫୮ ଆରବ ଡଲାର (୪୧ ଖରବ ୨୩ ଅରବ ଏକ କୋଟି ୭୦ ଲକ୍ଷ ) ଟଙ୍କା ପ୍ରତିରକ୍ଷା ବଜେଟ୍ ପାରିତ କରିଥିଲା । ଏହି ଧନ ରାଶି ଭାରତ ଜିଡିପିର ୨.୧ ପ୍ରତିଶତ ବୋଲି ଜଣାପଡିଛି ।

- Advertisement -
ଭାରତ ପାକିସ୍ତାନ
ସୈନିକ ୧୩.୬ ଲକ୍ଷ ୬.୩୭ ଲକ୍ଷ
ଟ୍ୟାଙ୍କର ୪୪୨୬ ୨୧୮୨
ଯୁଦ୍ଧ ଜାହାଜ ୨୯୫ ୧୯୭
ଯୁଦ୍ଧ ବିମାନ ୨୧୮୫ ୧୨୮୧
ହେଲିକପ୍ଟର ୭୨୦ ୩୨୮
ପ୍ରତିରକ୍ଷା ଖର୍ଚ୍ଚ ୪୧ ଖରବ ୨୩ ଅରବ ଏକ କୋଟି ୭୦ ଲକ୍ଷ ୭ ଖରବ ୮୧ ଅରବ ୯୫ କୋଟି

ଗତବର୍ଷ ପାକିସ୍ତାନ ୬,୫୩,୦୦୦ ସୈନିକଙ୍କ ପାଇଁ ୧୧ ଅରବ ଡଲାର (୭ ଖରବ ୮୧ ଅରବ ୯୫ କୋଟି ) ଟଙ୍କା ପ୍ରତିରକ୍ଷା ବଜେଟ ପାସ କରିଥିଲା। ଏହି ଧନ ରାଶି ପାକିସ୍ତାନ ଜିଡିପିର ୩.୬ ପ୍ରତିଶତ । ପାକିସ୍ତାନକୁ ୨୦୧୮ରେ ୧୦ ଲକ୍ଷ ଡଲାର (୭ କୋଟି ୧୦ ଲକ୍ଷ ) ସୈନ୍ୟ ସହାୟତା ମିଳିଥିଲା।

ଷ୍ଟକହୋମ ଇଣ୍ଡରନେସନାଲ ପୀସ ରିସର୍ଚ ଇନଷ୍ଟିଚିୟୁଟ୍ (ଏସ.ଆଇ.ଆଇ.ପି.ଆର.ଆଇ)ର ଅନୁଯାୟୀ ୧୯୯୩ରୁ ୨୦୦୬ ମସିହା ପର୍ଯ୍ୟନ୍ତ ପାକିସ୍ତାନ ନିଜ ସେନା ବାହିନୀ ଉପରେ ୨୦ ପ୍ରତିଶତ ଅଧିକ ବଜେଟ ଖର୍ଚ୍ଚ କରିଥିଲା । ଏହା ସହ ୨୦୧୭ରେ ସରକାରୀ ଖର୍ଚ୍ଚରେ ୧୬.୭ ପ୍ରତିଶତରୁ ଅଧିକ ଅଂଶ ସେନା ପାଇଁ ଖର୍ଚ୍ଚ କରାଯାଇଥିଲା। ସେହି ସମୟରେ ଭାରତ ବଜେଟର ୧୨ ପ୍ରତିଶତ ଅଂଶ ପ୍ରତିରକ୍ଷା ଉପରେ ଖର୍ଚ୍ଚ କରିଥିଲା। ୨୦୧୭ରେ ଭାରତ ୯.୧ ପ୍ରତିଶତ ସେନା ବାହିନୀର ବଜେଟ୍ ଥିଲା।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories