www.samajalive.in
Saturday, December 6, 2025
15.1 C
Bhubaneswar

କାର୍‌ କିଣିବେ କି? ମାତ୍ର ଏତିକି ଟଙ୍କାରେ ଜବରଦସ୍ତ ଫିଚର ପୁଣି ଆକର୍ଷଣୀୟ ଲୁକ୍‌ ସହ ଲଞ୍ଚ ହେଲା ନୂଆ ଏସୟୁଭି..

ନୂଆଦିଲ୍ଲୀ : କାର୍‌ କିଣିବାକୁ ଇଚ୍ଛା କରୁଥିଲେ ଆପଣଙ୍କ ପାଇଁ ଖୁସି ଖବର। ବଜାରକୁ କମ୍‌ ଦାମ୍‌ରେ ଆସିଛି New Renault Kiger ଜବରଦସ୍ତ କାର୍‌ । ଛୋଟ ପରିବାର ପାଇଁ ମାତ୍ର ୬.୨୯ ଲକ୍ଷ ଟଙ୍କା, ୨୦ କିଲୋମିଟର ମାଇଲେଜ୍‌ ସହ ଆସୁଛି ଏହି ଜବରଦସ୍ତ କାର୍‌ ।

ନିଜର ସବୁଠାରୁ ଶସ୍ତା ସବ-ଫୋର ମିଟର କମ୍ପେକ୍ଟ ଏସୟୁଭି କିଗର୍‌ର ନୂଆ ଫେସଲିଫ୍ଟ ମଡେଲ୍‌କୁ ବଜାରକୁ ଆଣିଛି । କମ୍ପାନୀ କହିଛି ଯେ, New Renault Kiger ନୂଆର ଡିଜାଇନ୍‌, ଫିଚର ଓ କେବିନ୍‌ରେ ଅନେକ ପରିବର୍ତ୍ତନ କରାଯାଇଛି । ଯାହା ଏହାକୁ ପୂର୍ବ ମଡେଲ୍‌ ଅପେକ୍ଷା ଅଧିକ ଉନ୍ନତ କରିଛି ।

- Advertisement -

ଲୁକ୍‌ କଥା କହିବାକୁ ଗଲେ, ଫେସଲିଫ୍ଟରେ ବର୍ତ୍ତମାନ ସ୍ଲିମର ଗ୍ରିଲ୍‌ ସହ ଉଭୟ ପଟରେ ସ୍ଲିକ ଡିଜାଇନ୍‌ ଥିବା ଏଲଇଡି ଡେ ଟାଇମ ରନିଙ୍ଗ୍‌ ଲାଇଟ୍ସ ଦିଆଯାଇଛି । ଏହା ବ୍ୟତୀତ ହେଡଲ୍ୟାମ୍ପ ହାଉସିଙ୍ଗ୍‌ର ଡିଜାଇନ୍‌କୁ ନୂଆ ଡିଜାଇନ୍‌ ସହ କିଛି ପରିବର୍ତ୍ତନ କରାଯାଇଛି ।

ସିହ୍ଲୁଟ ପୂର୍ବଭଳି ହିଁ ରହିଛି, ଏହାସହ ଏଥିରେ ନୂଆ ଡିଜାଇନ୍‌ରେ ଅନେକ ଫିଚର ମଧ୍ୟ ରହିଛି। କାର୍‌ରେ ଦିଆଯାଇଥିବା ଏହାର ସ୍କିଡ ପ୍ଲେଟସ୍‌ ଏହାର ସାଇଡ୍‌ ପ୍ରୋଫାଇଲକୁ ଉନ୍ନତ କରିଥାଏ ।
ଭିତର ପଟରେ ଏହି ଅପଡେଟେଡ ଏସୟୁଭିର ଲେଆଉଟ ପ୍ରାୟ ପୂର୍ବଭଳି । ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏବେ ଏଥିରେ ଡେସବୋର୍ଡରେ କଳା ଓ ହାଲୁକା ମାଟିଆ ରଙ୍ଗର ନୂଆ ଡୁଆଲ୍‌-ଟୋନ କମ୍ବିନେଶସନ ଦେଖିବାକୁ ମିଳିବ।

୫୦୦ ବର୍ଷ ପରେ.. ଗଣେଶ ଚତୁର୍ଥୀରେ ଦୁର୍ଲ୍ଲଭ ଯୋଗ: ଏହି ରାଶିଙ୍କ ଉପରେ ଖାଲି ହେବ ଧନ ବର୍ଷା, ବଦଳିବ ଏସବୁ..

କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ଏହି ସେଗମେଣ୍ଟରେ ସବୁଠାରୁ ଅଧିକ ସ୍ଥାନ ମିଳିବ। ଏହି କାର୍‌ରେ ୪୦୫ ଲିଟରର ବୁଟ ସ୍ପେସ୍‌ ଓ ଅନ୍ୟ ପଟେ ୨୨୨ ମିମି ଲେଗରୁମ୍‌ ଦିଆଯାଉଛି।

ଏଥିରେ ୨୧ରୁ ଅଧିକ ସେଫଟି ଫିଚର ଦିଆଯାଇଛି। ୬ ଏୟାରବ୍ୟାଗ୍‌, ଇଏସପି, ଟାୟର ପ୍ରେଶର ମନିଟର, ହିଲ ଷ୍ଟାର୍ଟ ଅସିଷ୍ଟ, ଇବିଡି ସହ ଏବିଏସ ଭଳି ଫିଚର ମିଳିଥାଏ। ଏହି କାର୍‌କୁ ୪ ଭାରିଆଣ୍ଟ ଅର୍ଥୋଟିକ୍‌, ଇବୋଲୟ୍ୟୁଶନ, ଟେକ୍ନୋ ଓ ଇମୋଶନ ଅନୁଯାୟୀ ବଜାରକୁ ଅଣାଯାଇଛି। ଏହା ୭ଟି ରଙ୍ଗରେ ମଧ୍ୟ ଉପଲବ୍ଧ।

New Renault Kigerକୁ ପୂର୍ବଭଳି ହିଁ ୧.୦ ଲିଟର ନେଚୁରାଲୀ ଏସ୍ପିରେଟେଡ ପେଟ୍ରୋଲ ଇଞ୍ଜିନ୍‌ ଓ ୧.୦ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ୍‌ ସହ ବଜାର ପ୍ରବେଶ କରାଯାଇଛି।
ଏହାର ନେଚୁରାଲୀ ଏସ୍ପିରେଟେଡ ବର୍ଜନ ୭୨ ପିଏସର ପାୱାର ଜେନେରେଟ୍‌ କରିଥାଏ । ଟର୍ବୋ ପେଟ୍ରୋଲ ଇଞ୍ଜିନ୍‌ ୧୦୦ ପିଏସର ପାୱାର ଜେନରେଟ୍‌ କରିଥାଏ।

ଏହାର ୧.୦ ଲିଟର ନେଚୁରାଲୀ ଏସ୍ପିରେଟେଡ୍‌ ଭାରିଆଣ୍ଟ ୧୯.୮୩ କିଲୋମିଟର ପ୍ରତିଲିଟର ଓ ୧.୦ ଲିଟର ଟର୍ବୋ ପେଟ୍ରୋଲ ଭାରିଆଣ୍ଟ ୨୦.୩୮ କିଲୋମିଟର ପ୍ରତିଲିଟର ପର୍ଯ୍ୟନ୍ତ ମାଇଲେଜ୍‌ ଦେଇଥାଏ ।

ମାଆ ହେବେ ପରିଣିତି, ଶେୟାର କଲେ ଖୁସି ଖବର, ଲେଖିଲେ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories