ସମାଜ ଡିଜିଟାଲ ଡେସ୍କ: ଗ୍ରେଟର ନୋଏଡାର ନିକ୍କି ହତ୍ୟା ମାମଲାରେ ଆକ୍ସନ ମୋଡରେ ପୁଲିସ । ସୋମବାର ସକାଳେ ପୁଲିସ ନିକ୍କିଙ୍କ ଦେଢଶୂର ରୋହିତ ଭାଟିକୁ ଗିରଫ କରିଛି । ପୁଲିସ ସୂଚନା ମୁତାବକ ହତ୍ୟାକାଣ୍ଡ ନେଇ ନିକ୍କିଙ୍କ ସ୍ୱାମୀ ବିପିନ, ଦେଢଶୂର ରୋହିତ, ଶାଶୁ ଦୟାବତୀ ଏବଂ ଭଉଣୀ କାଞ୍ଚନ ଭାଟିକୁ ପଚରାଉଚରା କରାଯାଇଛି । ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । କୁହାଯାଉଛି ଯେ ବିପିନ ନିକ୍କିଙ୍କ ବ୍ୟୁଟି ପାର୍ଲରରୁ ଟଙ୍କା ଚୋରି କରୁଥିଲା । ଏହା ବ୍ୟତୀତ ତାଙ୍କ ଭାଇ ଏବଂ ଶ୍ୱଶୁର ମର୍ସିଡିଜ୍ କାର ଦାବି କରୁଥିଲେ । ଯାହାର ମୂଲ୍ୟ ୬୦ଲକ୍ଷ ଟଙ୍କା ।
ପୁଲିସ କହିଛି ଯେ ନିକ୍କି ଭାଟି ଏବଂ ତାଙ୍କ ଭଉଣୀ କାଞ୍ଚନ ଭାଟି ପୁଣି ଏକ ବ୍ୟୁଟି ପାର୍ଲର ଖୋଲିବାକୁ ଚାହୁଁଥିଲେ । ସୋସିଆଲ ମିଡିଆରେ ଉଭୟଙ୍କ ବଢୁଥିବା ଫଲୋଅର୍ସ ଯୋଗୁଁ ବିପିନ ଏବଂ ତାଙ୍କ ପରିବାର ରାଗି ଯାଇଥିଲେ । ଏହି କାରଣରୁ ସେମାନେ କିଛି ଦିନ ପୂର୍ବରୁ ନିକ୍କିଙ୍କ ପାର୍ଲରରେ ଭଙ୍ଗାରୁଜୁା କରିବା ସହ ବନ୍ଦ କରି ଦେଇଥିଲେ । କୁହାଯାଉଛି ଯେ ବିପିନ ପାର୍ଲରରୁ ଟଙ୍କା ମଧ୍ୟ ଚୋରି କରୁଥିଲା । ଦୁଇ ଭାଇ ଘରେ ଏକ ଛୋଟିଆ ଦୋକାନ କରି ବସୁଥିଲେ ।



