www.samajalive.in
Saturday, December 6, 2025
14.1 C
Bhubaneswar

୧୨ ଦିନ ପରେ ୧୨ଟି ଯୁଦ୍ଧ ବିମାନ ନେଲା ପ୍ରତିଶୋଧ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ୧୨ ଦିନ ପରେ ଭାରତୀୟ ବାୟୁସେନାର ୧୨ଟି ଯୁଦ୍ଧ ବିମାନ ଏହାର ପ୍ରତିଶୋଧ ନେଇଛି । ୪୦ ଜଣ ଯବାନଙ୍କ ସହିଦର ଠିକ୍ ୧୨ ଦିନରେ ଭାରତର ୧୨ଟି ଯୁଦ୍ଧ ବିମାନ ମଙ୍ଗଳବାର ସକାଳେ ପାକିସ୍ତାନ ଅଧିକୃତ କାଶ୍ମୀରରେ ୧୦୦୦ କିଲୋଗ୍ରାମରୁ ଅଧିକ ବୋମା ବିସ୍ଫୋରଣ କରିଛି । ଭାରତୀୟ ବାୟୁସେନାର ୧୨ ମିରାଜ-୨୦୦୦ ଯୁଦ୍ଧ ବିମାନ ବୋମା ବିସ୍ଫୋରଣ କରି ପାକିସ୍ତାନ ଅଧିକୃତ କାଶ୍ମୀର ସୀମା ପିଓକେର ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦ(ଜେଇଏମ)ର ବହୁ ଶିବିର ଧ୍ଵଂସ କରିଛି । ଏଥିରେ ଜେଇଏମର ବାଲାକୋଟ, ଚାକୋଟି ଏବଂ ମୁଜାଫରବାଦରେ ଥିବା ଆତଙ୍କୀ ଶିବିର ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଛି। ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍‌ ସମେତ ଜୈଶର କଂଟ୍ରୋଲ ରୁମ ଧ୍ଵଂସ ପାଇଯାଇଛି। ରାତି ୩ଟା ୩୦ରୁ ଏହି ଅପରେଶନ ଆରମ୍ଭ ହୋଇଥିଲା।  ଆକ୍ରମଣରେ ଜୈଶ ସଂଗଠନର ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

୧୨ ଦିନ ପୂର୍ବରୁ ହୋଇଥିଲା ଆକ୍ରମଣ

- Advertisement -

ଆଜିଠାରୁ ଠିକ୍ ୧୨ ଦିନ ପୂର୍ବରୁ ଅର୍ଥାତ ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତ୍ମାଘାତୀ ଆକ୍ରମଣ ହୋଇଥିଲା । ଏଥିରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ । ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ- ମହମ୍ମଦ(ଜେଇଏମ) ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଏହା ପରେ ଆତଙ୍କବାଦୀଙ୍କ ସମେତ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଉପରେ କଡ଼ା ପ୍ରତିଶୋଧ ନେବା ପାଇଁ ସମଗ୍ର ଭାରତବର୍ଷରେ ଜୋରଦାର ଦାବି ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories