www.samajalive.in
Friday, December 5, 2025
20.1 C
Bhubaneswar

ଅଧାରୁ ପାଠ ଛାଡ଼ିଥିଲେ; ନାଁ ଲେଖାଇଲା ବ୍ଲକ ଶିକ୍ଷା ବିଭାଗ

ଲାଞ୍ଜିଗଡ଼: ଆଦୌ ସ୍କୁଲଦ୍ୱାର ମାଡିନଥିବା ଓ ଅଧାରୁ ପାଠ ପଢ଼ାରେ ଡୋରି ବାନ୍ଧିଥିବା ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲମୁହାଁ କରିବାକୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ‘ଆସ ସ୍କୁଲ ଯିବା ଅଭିଯାନ’ ଜରିଆରେ ଆଦୌ ସ୍କୁଲ ଯାଇନଥିବା ଓ ଅଧାରୁ ପାଠ ଛାଡ଼ିଥିବା ଶିଶୁମାନଙ୍କୁ ପୁଣି ସ୍କୁଲମୁହାଁ କରିବାକୁ ଅଭିଯାନ ଆରମ୍ଭ କରିଛି ଶିକ୍ଷା ବିଭାଗ। ଏହି ଅଭିନବ ପ୍ରୟାସରେ ସାମିଲ ହୋଇଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେରଙ୍କ ନେତୃତ୍ୱରେ ଚାଲିଥିବା ଏହି ଅଭିଯାନ ଦ୍ୱାରା ବ୍ଲକ ଅଞ୍ଚଳର ଶତାଧିକ ଶିଶୁଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ଆଜି ଗୋବର୍ଦ୍ଧନପୁର କ୍ଳଷ୍ଟର ଅନ୍ତର୍ଗତ ଆମ୍ବଝରି ଗାଁର ୨ଜଣ ପୁଅ ଓ ୬ଜଣ ଝିଅଙ୍କୁ କମର୍ଦ୍ଧା ସ୍କୁଲରେ ନାମ ଲେଖାଯାଇଛି। ଏଥିରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମେହେରଙ୍କ ସହିତ କ୍ଳଷ୍ଟର ସଂଯୋଜକ କୁମାର ଗୌରବ ପରିଡ଼ା ଉପସ୍ଥିତ ରହି ସ୍କୁଲରେ ନାମ ଲେଖାଇବାକୁ ଉଦ୍ୟମ କରିଥିଲେ। ଏହି ଅବସରରେ କମର୍ଦ୍ଧା ହାଇସ୍କୁଲର ପ୍ରଧାନଶିକ୍ଷକ ହିମାଂଶୁ ଶେଖର ମହାପାତ୍ର, ବରିଷ୍ଠ ଶିକ୍ଷୟିତ୍ରୀ ଅର୍ଚ୍ଚନା ମିଶ୍ରଙ୍କ ସହିତ କ୍ଳଷ୍ଟର ସଂଯୋଜକ ପ୍ରକାଶ ପ୍ରଧାନ, କମର୍ଦ୍ଧା ସରପଞ୍ଚ ସନ୍ତୋଷ ମାଝୀ ପ୍ରମୁଖ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories