ପୁରୀ: ବଳିଆପଣ୍ଡା ଥାନା ଅଧିନସ୍ଥ ବାଶେଳିସାହିରେ ହତ୍ୟା କାଣ୍ଡ । ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା । ମୃତକ ବାସେଳିସାହି ଥାନପତି ଲେନ୍ ର ରାଜେଶ ଓଝା । ହତ୍ୟାକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନଥିବାବେଳେ ବଳିଆପଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଛି । ଧାର କରଜ ଟଙ୍କାକୁ ନେଇ ଏଭଳି ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ମୃତକ ଏବଂ ହତ୍ୟାକାରୀ ଉଭୟ ଦୁଇ ସାଙ୍ଗ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । ପରେ ଜଣେ ରାଜେଶକୁ ଛୁରି ଭୁସି ହତ୍ୟା କରିଥିବା ସୂଚନା ମିଳିଛି ।



