www.samajalive.in
Friday, December 12, 2025
23.1 C
Bhubaneswar

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଗରମ ପାଣି ଓ ଗୋଲମରିଚ

ଆପଣ ବାରମ୍ବାର ରୋଗଗ୍ରସ୍ତ ହେଉଛନ୍ତି କି? ଯଦି ହେଉଛନ୍ତି ତେବେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଅଛି। ଏହାଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଓ କାର୍ଯ୍ୟଦକ୍ଷତା ଉପରେ ଖରାପ ପ୍ରଭାବ ପକାଇଥାଏ। କିଛି ଘରୋଇ ଉପାୟ ରହିଛି ଯାହାଦ୍ବାରା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଗରମ ପାଣିରେ ଗୋଲମରିଚ ମିଶାଇ ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଗୋଲ ମରିଚରେ ଭିଟାମିନ, ମିନେରାଲ୍ସ, କ୍ୟାଲସିୟମ, ଆଇରନ ସହ ଅନେକ ପୋଷକ ତତ୍ତ୍ବ ରହିଛି। ଏହାକୁ ଗରମ ପାଣି ସହ ପିଇବା ଦ୍ବାରା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଗରମ ପାଣି ସହ ଗୋଲମରିଚ ସେବନ କରିବା ଦ୍ବାରା ଶରୀରକୁ କ’ଣ ଲାଭ ମିଳିଥାଏ ..

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି :

- Advertisement -

ଗୋଲମରିଚରେ ପର୍ଯ୍ୟାପ୍ତ ପରିମାଣରେ ଫୋଲେଟ ଓ ଭିଟାମିନ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଗରମ ପାଣିରେ ଗୋଲମରିଚ ଗୁଣ୍ଡ ପକାଇ ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଦିନକୁ ୨ ଥର ଏପରି କରିବା ଉଚିତ।

ଓଜନ ନିୟନ୍ତ୍ରିତ ହୋଇଥାଏ :

ଗୋଲମରିଚରେ ଆଣ୍ଟି-ଇଫ୍ଲେମେଟ୍ରି ଗୁଣ ଓ ପିପେରିନ ରହିଛି। ଏହା ମେଟାବୋଲିଜମକୁ ବୃଦ୍ଧି କରିଥାଏ। ଗୋଟିଏ ଗ୍ଲାସ ଗରମ ପାଣିରେ ଅଳ୍ପ ଗୋଲମରିଚ ଗୁଣ୍ଡ ପକାଇ ଦିନକୁ ଦୁଇ ଥର ପିଅନ୍ତୁ। ଏହାଦ୍ବାରା ପାଚନ କ୍ରିୟା ଠିକ ଭାବେ ହୋଇଥାଏ ଏବଂ ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଏହାସହ ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ :

ଗରମ ପାଣିରେ ଗୋଲମରିଚ ଗୁଣ୍ଡ ପକାଇ ପିଇବା ଦ୍ବାରା ଶରୀରରୁ ଦୂଷିତ ପଦାର୍ଥ ବାହାରି ଯାଇଥାଏ। ଏହାସହ ଟକ୍ସିନ୍ସ ମଧ୍ୟ ନିର୍ଗତ ହୋଇଯାଇଥାଏ। ଏହାଦ୍ବାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।

କାଶର ମୁକ୍ତି :

ବର୍ଷା ଓ ଶୀତ ଦିନେ କାଶକଫରୁ ବର୍ତ୍ତିବା ପାଇଁ ଗରମ ପାଣିରେ ଗୋଲମରିଚ ଗୁଣ୍ଡ ମିଶାଇ ପିଇବା ଉଚିତ। ଗୋଲମରିଚରେ ଭିଟାମିନ-ସି ଓ ପିପେରିନ ନାମକ ପୋଷକ ତତ୍ତ୍ବ ରହିଛି। ଏହା କାଶ ଓ କଫ ସମସ୍ୟାରୁ ମୁକ୍ତି ଦେଇଥାଏ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories