www.samajalive.in
Monday, December 15, 2025
14.1 C
Bhubaneswar

ବରପଲି ରାସ୍ତା ନିର୍ମାଣ ନିମ୍ନ ମାନର ଅଭିଯୋଗ

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଜୟଶ୍ରୀ ଛକ ଠାରୁ ବରପଲ୍ଲୀ ଗ୍ରାମକୁ ସଂଯୋଗ ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ନେଇ ଗ୍ରାମର ଯୁବକମାନେ ଅଭିଯୋଗ ଆଣିଛନ୍ତି । ଦୀର୍ଘଦିନ ପରେ ନିର୍ମାଣ ହେଉଥିବା ଏହି ରାସ୍ତାଙ୍କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ କାର୍ଯ୍ୟ ଅତ୍ୟନ୍ତ ନିମ୍ମମାନର ଯୋଗୁଁ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

ସୂଚନାଯୋଗ୍ୟ , ଯେ  ଜୟଶ୍ରୀ ଛକ ଠାରୁ ବରପଲି ଗ୍ରାମକୁ ସଂଯୋଗ ରାସ୍ତାରେ କିଛି ଅଂଶ ବର୍ତମାନ ଫେବର ରୋଡ ତିଆରି ଚାଲିଛି ।  ରାସ୍ତା ଉଭୟ ପାର୍ଶ୍ୱରେ ଯେଉଁ ପରିମାଣରେ ସିମେଣ୍ଟ ବାଲି ମିଶ୍ରଣରେ ହେବା କଥା  ତାହା ହୋଇନି । ଫଳରେ ଟିକିଏ ବର୍ଷାରେ ତାହା ଭାଙ୍ଗି ପଡିଛି ।  ସେହିପରି ଯେଉଁ ନିୟମ ଅନୁସାରେ କାନ୍ଥ ହେବା କଥା ତାହା ମଧ୍ୟ ହେଇନି । ଫଳରେ କମ ଦିନରେ ରାସ୍ତା ନଷ୍ଟ ହୋଇଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ପ୍ରକାଶଯୋଗ୍ୟ ,ଯେ  ଉକ୍ତ ରାସ୍ତାଟି ପୂର୍ତ୍ତ ବିଭାଗ ଦ୍ଵାରା ପ୍ରାୟକୁ ୧୨  ଲକ୍ଷ ଟଙ୍କା ବ୍ୟୟରେ ହେଉଛି । ।  ଏନେଇ ବିଭାଗୀୟ ଯନ୍ତ୍ରୀ ସତ୍ୟ ନାରାୟଣ ବିଶୋଇଙ୍କ ଯୋଗାଯୋଗ ବେଳେ ସେ କହିଁଛନ୍ତି ଆସନ୍ତା କାଲି ସେ ରାସ୍ତାର ତଦନ୍ତ ପାଇଁ ଆସିବେ ବୋଲି l

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories