www.samajalive.in
Saturday, December 6, 2025
15.1 C
Bhubaneswar

ଜିଏସଟି ସଂସ୍କାର; ଶସ୍ତା ହେବ କାର୍‌, ଏସି ଓ ଟେଲିଭିଜନ

ନୂଆଦିଲ୍ଲୀ: ଟିକସ ହାରରେ ସାମାନ୍ୟ ପରିବର୍ତ୍ତନ ଭାରତର ମଧ୍ୟବିତ୍ତ ଶ୍ରେଣୀର ଉପଭୋକ୍ତାମାନଙ୍କ ଉପରେ ଅତ୍ୟଧିକ ପ୍ରଭାବ ପକାଇଥାଏ। ଦୈନନ୍ଦିନ ଘରୋଇ ଖର୍ଚ୍ଚ ମଧ୍ୟ ପ୍ରଭାବିତ ହୋଇଥାଏ। ଗତ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀପାବଳିରେ ଜିଏସଟି ଉପହାର ଶୀର୍ଷକ ଘୋଷଣା ପରେ ଦେଶର ମଧ୍ୟବିତ୍ତ ବର୍ଗର ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। କେଉଁ ସାମଗ୍ରୀ ଶସ୍ତା ହେବ, ସେ ନେଇ ବିଭିନ୍ନ ଫୋରମରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ସୂଚନା ଅନୁଯାୟୀ ସରକାର, ଚତୁଃ ସ୍ଥରୀୟ ସେବା ଓ ସାମଗ୍ରୀ କର-ଜିଏସଟିକୁ ଦୁଇ ସ୍ଥରୀୟ କରାଯିବ। ଏବେ ଜିଏସଟି ବ୍ୟବସ୍ଥା ୫%, ୧୨%, ୧୮% ଓ ୨୮% ଥିବାବେଳେ ସଂସ୍କାର ସ୍ୱରୂପ ଏହାକୁ ୫% ଓ ୧୮%କୁ ହ୍ରାସ କରାଯିବାକୁ ଆକଳନ କରାଯାଉଛି। ଯଦି ଆକଳନ ଅନୁଯାୟୀ ଜିଏସଟିରେ ସଂସ୍କାର କରାଯାଏ, ତାହେଲେ ଉପଭୋକ୍ତାମାନେ ବାସ୍ତବରେ ସଂଚୟ କରିପାରିବେ। କାରଣ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଶସ୍ତା ହେବ ଯାହା ଫଳରେ ବ୍ୟୟ ମଧ୍ୟ ହ୍ରାସ ପାଇବ।

ନୂଆ ସାମଗ୍ରୀ ଓ ସେବାକର ବ୍ୟବସ୍ଥାରେ ଶସ୍ତା ହେବାକୁ ଥିବା ପ୍ରମୁଖ ସାମଗ୍ରୀଗୁଡ଼ିକ ହେଉଛି ଛୋଟ କାର ୨୮% ରୁ ୧୮%, ବୀମା ପ୍ରିମିୟମ୍ ୧୮% ରୁ ୫% କିମ୍ବା ଶୂନ୍ୟ, ଦୈନନ୍ଦିନ ବ୍ୟବହାର ସାମଗ୍ରୀ ୫% ରୁ ଶୂନ୍ୟ, ଏୟାର କଣ୍ଡିସନର ୨୮% ରୁ ୧୮% ଓ ଟେଲିଭିଜନ ଉପରେ ୨୮% ରୁ ୧୮% ପର୍ଯ୍ୟନ୍ତ ଜିଏସଟି ହ୍ରାସ ପାଇବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ, ୫% ଜିଏସଟି ସ୍ଲାବକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥିବା ସାମଗ୍ରୀଗୁଡିକ ହେଉଛି ଦାନ୍ତଘଷା ପାଉଡର, ଭୁଜିଆ, ନମକିନ୍, ଆଳୁ ଚିପ୍ସ, କେଚପ୍, ଜାମ୍, ପ୍ୟାକେଟ ଜୁସ୍, ପାସ୍ତା, ନୁଡୁଲ୍ସ, ବଟର, କଣ୍ଡେନ୍ସଡ୍ କ୍ଷୀର, ଘିଅ, ପନିର ଓ କ୍ଷୀର-ଆଧାରିତ ପାନୀୟ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories