www.samajalive.in
Saturday, December 13, 2025
23.1 C
Bhubaneswar

ସାଉଥ ବ୍ଲକରୁ ହଟିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ସ୍ବାଧୀନତାପ୍ରାପ୍ତିର ଦୀର୍ଘ ୭୮ ବର୍ଷ ପରେ ନୂଆଦିଲ୍ଲୀସ୍ଥ ସାଉଥ୍‌ ବ୍ଲକରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନବନିର୍ମିତ ସେଣ୍ଟ୍ରାଲ ଭିଷ୍ଟା ଏକ୍‌କ୍ଲେଭକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟାଳୟ ତାଙ୍କର ୭, ଲୋକକଲ୍ୟାଣ ମାର୍ଗସ୍ଥିତ ସରକାରୀ ବାସଭବନର ନିକଟବର୍ତ୍ତୀ ହେବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ କେତେକ ମନ୍ତ୍ରଣାଳୟ ମଧ୍ୟ କାର୍ଯ୍ୟ କରିବ।

ସୂଚନାଯୋଗ୍ୟ ବ୍ରିଟିଶ ଅମଳରୁ ରାଇସିନା ହିଲ୍‌ସସ୍ଥିତ ଜନପଥର ଦୁଇ ପାର୍ଶ୍ବରେ ସାଉଥ୍‌ ବ୍ଲକ ଓ ନର୍ଥ ବ୍ଲକ ଅବସ୍ଥିତ। ବର୍ତ୍ତମାନ ସାଉଥ୍‌ ବ୍ଲକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବ୍ୟତୀତ ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ନର୍ଥ ବ୍ଲକରେ ଅର୍ଥ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଅପରପକ୍ଷରେ ସାଉଥ୍‌ ଓ ନର୍ଥ ବ୍ଲକରେ ଥିବା ଏହି ମନ୍ତ୍ରଣାଳୟଗୁଡିକୁ ସଂଗ୍ରହାଳୟରେ ପରିଣତ କରିବାକୁ ଯୋଜନା ରହିଛି।

Hot this week

କଲକାତାରେ ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories