www.samajalive.in
Wednesday, December 10, 2025
14.1 C
Bhubaneswar

ଜୟଶଙ୍କର-ୱାଙ୍ଗ ୱି କଥାବାର୍ତ୍ତା: ସୀମାରେ ଶାନ୍ତି ବଜାୟ ରଖିବାକୁ ଗୁରୁତ୍ବ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିିଥିବା ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି ତାଙ୍କର ଭାରତ ପ୍ରତିପକ୍ଷ ଏସ୍‌ ଜୟଶଙ୍କର। କଥାବାର୍ତ୍ତା କାଳରେ ଜୟଶଙ୍କର କହିଛନ୍ତି ଯେ ଦୁଇ ଦେଶ ପରସ୍ପରର ସ୍ବାର୍ଥ ଓ ଉଦ୍‌ବେଗକୁ ସମ୍ମାନ ଦେବା ଦରକାର। ଏହା ସହିତ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଗୁରୁତ୍ବ ଦେବା ଦରକାର।

ଜୟଶଙ୍କର କହିଛନ୍ତି ଯେ ସୀମାରେ ଶାନ୍ତି ବଜାୟ ରହିଲେ ଦୁଇ ଦେଶର ସମ୍ପର୍କରେ ଉନ୍ନତି ଆସିପାରିବ। ଆଉ ଏହି ଉନ୍ନତିକୁ ଆଗକୁ ନେବାକୁ ହେଲେ ପରସ୍ପରକୁ ସହଯୋଗ କରିବାକୁ ହେବ। ସୀମା ସମସ୍ୟାକୁ ସମାଧାନ କରିବାକୁ ହେଲେ ଉଭୟ ଦେଶ ନିୟମିତ ଭାବେ ମିଳିତ ଆଲୋଚନା କରିବା ଦରକାର। ସୀମାରୁ ସୈନ୍ୟ ପ୍ରତ୍ୟାହାର ସହିତ ଉତ୍ତେଜନା ହ୍ରାସ ଦିଗରେ ପଦକ୍ଷେପ ନେବା ଦରକାର।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories