www.samajalive.in
Tuesday, December 9, 2025
15.1 C
Bhubaneswar

ଦାଦନ ଶ୍ରମିକ ଫେରନ୍ତାଙ୍କୁ ମାସିକ ୫ ହଜାର ଓ ଜବ୍‌ କାର୍ଡ ଦେବେ ମମତା

କଲକାତା: ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ବଙ୍ଗୀୟ ଶ୍ରମିକଙ୍କ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବଡ ଘୋଷଣା କରିଛନ୍ତି। ଯେଉଁ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିବେ, ସେମାନଙ୍କୁ ଏକ ବର୍ଷ କିମ୍ବା ସେମାନେ କର୍ମସଂସ୍ଥାନ ଯୋଗାଡ କରିବା ପର୍ଯ୍ୟନ୍ତ ମାସିକ ୫୦୦୦ ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ମନରେଗା ଯୋଜନା ଅନୁଯାୟୀ ସେମାନଙ୍କୁ ଜବ୍‌କାର୍ଡ ଯୋଗାଇ ଦିଆଯିବ ବୋଲି ମମତା କହିଛନ୍ତି। ଶ୍ରମଶ୍ରୀ ପ୍ରୋଜେକ୍ଟ ନାମରେ ନାମିତ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ସ୍ବତନ୍ତ୍ର ୱେବ୍‌ ପୋର୍ଟାଲ ଖୋଲାଯାଇଛି। ଏଭଳି ପ୍ରବାସୀ ଶ୍ରମିକଙ୍କୁ ‘ଖାଦ୍ୟ ସାଥୀ’ ଓ ‘ସ୍ବାସ୍ଥ୍ୟ ସାଥୀ’ ଯୋଜନାରେ ସାମିଲ କରାଯିବ ବୋଲି ମଧ୍ୟ ଜଣାପଡିଛି। ଏଭଳି ଶ୍ରମିକଙ୍କ ସନ୍ତାନଙ୍କର ଶିକ୍ଷା ଖର୍ଚ୍ଚ ସରକାର ତୁଲାଇବେ ବୋଲି ମମତା ପ୍ରତିଶ୍ରୁତି ଦେଇଛନ୍ତି।

ସରକାରୀ ତଥ୍ୟ ଅନୁଯାୟୀ ବର୍ତ୍ତମାନ ପଶ୍ଚିମବଙ୍ଗର ପ୍ରାୟ ୨୨ ଲକ୍ଷ ଶ୍ରମିକ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି। ବାହାର ରାଜ୍ୟରେ ଏମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିବାବେଳେ ନିୟମିତ ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯାଉନଥିବା ଅଭିଯୋଗ ହେଉଛି। ବିଶେଷକରି ବିଜେପି ଶାସିତ ରାଜ୍ୟଗୁଡିକରେ ବଙ୍ଗୀୟ ପ୍ରବାସୀ ଶ୍ରମିକ ଅଧିକ ନିର୍ଯାତିତ ହେଉଥିବା ମମତା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ମମତାଙ୍କ ଏହା ଏକ ନିର୍ବାଚନ ଥୋପ ବୋଲି ବିଜେପି ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories