www.samajalive.in
Sunday, December 14, 2025
14.1 C
Bhubaneswar

ଲଘୁଚାପ ଜନିତ ବର୍ଷା, ମାଟି ଅତଡ଼ା ଧସି ଯାତାୟତ ବାଧାପ୍ରାପ୍ତ

ଲକ୍ଷ୍ମୀପୁର : କୋରାପୁଟ ଜିଲାରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ରବିବାର ବିଳମ୍ବିତ ରାତିରେ ଲକ୍ଷ୍ମୀପୁର ବ୍ଲକ୍ ଅଧୀନସ୍ଥ ଗୌଡ଼ଗୁଡା ପଞ୍ଚାୟତ ଅନ୍ତର୍ଗତ  ତଳ ମିଟିଙ୍ଗ ରାସ୍ତାରେ ମାଟି ଅତଡ଼ା ଧସି ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଥିଲା । ଏପରିକି ମୁଖ୍ୟ ରାସ୍ତାରୁ କାକିରିଗୁମା ଦେଇ ତଳ ମିଟିଙ୍ଗ ସଂଯୋଗ କରୁଥିବା ରାସ୍ତାରେ ମାଟି ଅତଡ଼ା ଧସିବା ଯୋଗୁଁ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥିଲା । ଏହି ଖବର ପାଇ ଲକ୍ଷ୍ମୀପୁର ତହସିଲଦାର ନୈବେଦ୍ୟ ଭୋଇ ସକାଳୁ ଉକ୍ତ ସ୍ଥାନକୁ  ଯାଇଥିଲେ। ମାଟି ଅତଡ଼ା ଧସି ଥିବା ସ୍ଥାନରେ ଦୁଇ ଚକିଆ ଯାନ ସହ ଲୋକେ ଚାଲିକି ଯାତାୟତ କରିବାକୁ ପଡ଼ିଥିଲା। ଅନେକ ସମୟ ପରେ ତାହାକୁ ହଟାଯିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories