www.samajalive.in
Sunday, December 14, 2025
23.1 C
Bhubaneswar

ଓଏମସି ପରିଚାଳନା ନିର୍ଦ୍ଦେଶକଙ୍କ କ୍ରୋମ୍ ଜୋନ୍ ଖଣି ଅଞ୍ଚଳ ପରିଦର୍ଶନ

ଭୁବନେଶ୍ବର : ଓଡ଼ିଶା ଖଣି ନିଗମ (ଓଏମସି) ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଯାଜପୁର ଜିଲ୍ଲା ସ୍ଥିତ ସୁକିନ୍ଦା ଅଞ୍ଚଳରେ ଥିବା ଓଏମସିର କ୍ରୋମ୍ ଖଣି ଅଞ୍ଚଳ ପରିଦର୍ଶନ କରିବା ସହିତ ଖଣି କ୍ଷେତ୍ରର ବ୍ୟାପକ ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ନିର୍ଦ୍ଦେଶକ (ଅପରେସନ) ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ (ମାନବ ସମ୍ବଳ) ଆଲୋକ କୁମାର ପାଳ ଏବଂ ନିର୍ଦ୍ଦେଶକ (ଅର୍ଥ) ବନ ବିହାରୀ ପାଣିଙ୍କ ସମେତ ଖଣି ଅଞ୍ଚଳର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ପରିଚାଳନା ନିର୍ଦ୍ଦେଶକ ସାଉଥ୍ କାଳିଆପାଣି ଖଣି ପରିଦର୍ଶନ କରିବା ସହିତ ଏହାର ପ୍ରମୁଖ କାର୍ଯ୍ୟକ୍ଷମ ସ୍ଥାନଗୁଡ଼ିକ ଯଥା – ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଇଟିପି), କ୍ସାରି ଡି ଏବଂ କ୍ସାରି ଏଫ୍, ଷ୍ଟକୟାର୍ଡ, କ୍ରୋମ୍ ଓର୍‌ ବେନିଫିସିଏସନ୍ ପ୍ଲାଣ୍ଟ (ସିଓବିପି), ଏବଂ କାରଖାନାର ବର୍ଜ୍ୟବସ୍ତୁ ସଂଗ୍ରହକ ଭାବେ ବ୍ୟବହୃତ ଟିଲିଙ୍ଗ୍ ପୋଖରୀ, ସୁକରଙ୍ଗି ଖଣି ଅଞ୍ଚଳ ଏବଂ କାଳିଆପାଣି ଖଣି ପରିସରକୁ ପରିଦର୍ଶନ କରିଥିଲେ । ଏଥିସହିତ ବିକ୍ରୟ ଏବଂ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଓଏମସିରୁ ଉତ୍ପାଦ ହେଉଥ‌ିବା ଖଣିଜ ପଦାର୍ଥ ଗୁଡ଼ିକ କିଭଳି ନିଜର ସଠିକ୍ ଗୁଣବତ୍ତାକୁ ବଜାୟ ରଖିବ ତାହ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ବିକ୍ରୟ ବ୍ୟବସ୍ଥାକୁ ସୁପରିଚାଳିତ ଓ ସ୍ବଚ୍ଛ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ।

- Advertisement -

ଓଏମସିର ବ୍ୟବସାୟିକ କାର୍ଯ୍ୟକ୍ଷମ ଉତ୍କର୍ଷତା ସୁନିଶ୍ଚିତ କରିବା ପାଇଁ ସମସ୍ତ ବୈଧାନିକ ଅନୁପାଳନ ଏବଂ ଆଇନଗତ କାର୍ଯ୍ୟକୁ ଗୁରୁତର ସହକାରେ ପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ, ପରିଚାଳନା ନିର୍ଦ୍ଦେଶକ ଓଏମସିର ଫେରୋ-କ୍ରୋମ୍ ପ୍ଲାଣ୍ଟର କାର୍ଯ୍ୟ ସମୀକ୍ଷା କରିବା ସହିତ, ଏହାର ବ୍ୟବସାୟକୁ ବୃଦ୍ଧି କରିବା ନିମନ୍ତେ ସଠିକ୍ ପଦକ୍ଷେପ ଗ୍ରହଣ କରି କରିବାକୁ ପରାମର୍ଶ ଦେଇଥିଲେ । ସୌରଶକ୍ତି ଭଳି ନବୀକରଣୀୟ ଶକ୍ତିକୁ ବହୁଳ ଭାବେ ବ୍ୟବହାର କରିବା ସହି ସହିତ ଏବଂ ସ୍ଥାନୀୟ ଖଣି ଅଞ୍ଚଳର ପରିବେଶଗତ ସନ୍ତୁଳନକୁ ସୁଦୃଢ଼ କରିବା ପାଇଁ ବୃକ୍ଷରୋପଣ ଅଭିଯାନ ଉପରେ ଗୁରୁତ୍ୱାରୋପ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories