ଆଠଗଡ : ଆଠଗଡ ସହରର ରାସରସିକପୁର ୟୁଜିୟୁପି ସ୍କୁଲରେ ସୋମବାର ‘ ଆସ ସ୍କୁଲ ଯିବା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଦାଧର ଲେଙ୍କାଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ହାତରେ ବିଭିନ୍ନ ଶିକ୍ଷା ସଚେତନଧର୍ମୀ ପ୍ଲାକାର୍ଡ ଧରି ସ୍ଳୋଗାନ ଦେଇ ରାସରସିକପୁର ସାହି ଓ ସହର ପରିକ୍ରମା କରିଥିଲେ। ଅଧାରୁ ପାଠ ଛାଡୁଥିବା, ମୂଳରୁ ବିଦ୍ୟାଳୟରେ ନାମ ଲେଖାଇ ନଥିବା, ବିଦ୍ୟାଳୟ ବାହାରେ ବୁଲୁଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ପ୍ରଧାନଶିକ୍ଷକ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ।
Popular Categories



