www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରବଳ ବର୍ଷାରେ ବୁଡିଲା ମାଲକାନଗିରି

ମାଲକାନଗିରି : ପ୍ରବଳ ବର୍ଷାରେ ବୁଡିଲା ମାଲକାନଗିରି ସହର। ରାସ୍ତା ଉପରେ ଦୁଇରୁ ତିନି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିବା ବେଳେ ଲୋକଙ୍କ ଘର ଭିତରେ ଚାରି ଫୁଟ ପାଣି ପଶିଛି। ଆରଏମସି ମାର୍କେଟ କମ୍ପେ୍ଲକ୍ସ ସାମନାରେ ଥିବା ଦୋକାନ ଓ ଘର ଭିତରେ ପାଣି ପଶିଥିବା ବେଳେ ଦମକଳ ସହାୟତାରେ ସେଠାରେ ପାଣି ନିଷ୍କାସନ କରାଯାଉଛି। ହେଲେ ଏତେ ପରିମାଣର ପାଣି ହୋଇଛି ଯେ ରାସ୍ତା ମଝିରେ ଥିବା ଡିଭାଇଡରକୁ ଭାଙ୍ଗିବାକୁ ପଡିଛି। ପୌର ପରିଷଦର ପ୍ରୋକଲିନ ମେସିନ ଉଦ୍ଧାର କାର୍ଯ୍ୟରେ ଲାଗିଛି। ଲୋକଙ୍କ ଦୋକାନ ଭିତରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ସେପଟେ ଇନଡୋର ଷ୍ଟାଡିୟମ ଭିତରେ ମଧ୍ୟ ପାଣି ପଶିଛି। ନଈ ଭଳି ପାଣି ପ୍ରବାହିତ ହେଉଛି ଷ୍ଟାଡିୟମ ଭିତରେ। ବର୍ଷାକୁ ଦେଖି ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୧୮ ତାରିଖ ଦିନ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ଏବଂ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି।
ଜିଲ୍ଲାର ଅନେକ ଅଞ୍ଚଳରେ ଲଗାଣ ବର୍ଷା ହେବାର ଆଶଙ୍କା ଯୋଗୁଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯିବାରେ ବାଧାପ୍ରାପ୍ତ ହୋଇପାରେ। ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି। ଏହାସହ ବିଦ୍ୟାଳୟର ସମସ୍ତ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ଅଙ୍ଗନବାଡି କର୍ମୀ ସହ ଅନ୍ୟାନ୍ୟ କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିର ମୁକାବିଲା କରିବା ଲାଗି ଦମକଳ ବାହିନୀ ପ୍ରସ୍ତୁତ ରହିଥିବା କଥା କହିଛନ୍ତି।

ଆକର୍ଷଣୀୟ ଲୁକ୍‌.. ସ୍ମାର୍ଟ ଫିଚର, ୟାମାହା ଏକାଠି ଆଣିଲା ୨ଟି ହାଇବ୍ରିଡ୍‌ ସ୍କୁଟର, ଦାମ୍‌ ଏତିକି ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories