କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଚଢେଇଭୋଳ ନିକଟରେ ହାତୀ ଆତଙ୍କ। ୩୦ ଟିକିଆ ଝାଡଖଣ୍ତୀ ହାଲୀପଲ ରାସ୍ତାରୋକ କରିଛନ୍ତି। ପଡୋଶୀ ରାଜ୍ୟ ଝାଡଖଣ୍ଡରୁ ୩୦ ଟିକିଆ ହାତୀ ପଲ ଓଡିଶା ସୀମାକୁ ପ୍ରବେଶ କରିଛନ୍ତି। ହାତୀ ପଲ ଗୁଡିକ କରଞ୍ଜିଆରୁ ଚଢେଇଭୋଳ ରାସ୍ତାର ବଡ ଦେଉଳି ରାସ୍ତାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ବହୁ ଜନଜୀବନ ହାନି ଘଟାଇଛନ୍ତି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛି।
Popular Categories



