www.samajalive.in
Wednesday, December 10, 2025
16.1 C
Bhubaneswar

ରାଖି ଭେଟି ; ୩ ଦିନ ମିଳିବ ମାଗଣା ବସ୍‌ ଯାତ୍ରା,ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ : ରାଖି ପୂର୍ଣ୍ଣିମା ପର୍ବ ଭାଇ-ଭଉଣୀ ପବିତ୍ର ସମ୍ପର୍କ ଓ ପ୍ରେମର ପ୍ରତୀକ। ଏହାକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ ରାଜ୍ୟ ସରକାରମାନେ ମହିଳାମାନଙ୍କୁ ମାଗଣା ବସ୍ ସେବା ଯୋଗାଇବାକୁ ଘୋଷଣା କରିଛନ୍ତି। ଏସବୁରେ ରୋଡୱେଜ୍ ବସ୍ ଅନ୍ତର୍ଭୁକ୍ତ। ଏଥିରେ ମହିଳା ଏବଂ ଝିଅମାନେ ମାଗଣାରେ ଯାତ୍ରା କରିପାରିବେ। ମଧ୍ୟପ୍ରଦେଶରୁ ରାଜସ୍ଥାନ, ୟୁପି ଏବଂ ଉତ୍ତରାଖଣ୍ଡକୁ ମାଗଣା ବସ୍ ସୁବିଧା ଯୋଗାଇ ଦିଆଯିବ । ମଧ୍ୟପ୍ରଦେଶରେ ଭଉଣୀମାନେ ବସ୍‌ରେ ମାଗଣାରେ ଯାତ୍ରା କରିବାର ସୁଯୋଗ ପାଇବେ। ଏହାସହ ଯୋଗୀ ସରକାର ରାଜ୍ୟର ମହିଳାମାନଙ୍କୁ ତିନି ଦିନ ପାଇଁ ମାଗଣା ବସ୍ ସେବା ଯୋଗାଇବାକୁ ମଧ୍ୟ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାମାନଙ୍କୁ ତିନି ଦିନ ପାଇଁ ମାଗଣାରେ ବସ୍ ଯାତ୍ରା କରିବାର ସୁଯୋଗ ଦେଇଛନ୍ତି ଏବଂ ସେମାନଙ୍କ ସହିତ ଯାଉଥିବା ସହଯାତ୍ରୀମାନେ ମଧ୍ୟ ମାଗଣା ଯାତ୍ରାର ସୁବିଧା ପାଇପାରିବେ। ଏହି ସେବା ୟୁପିରୁ ଅନ୍ୟ ରାଜ୍ୟକୁ ଯାତ୍ରା କରୁଥିବା ମହିଳାମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ଏହି ସୁବିଧା ୮ ଅଗଷ୍ଟ ସକାଳ ୬ଟାରୁ ଆରମ୍ଭ ହୋଇ ଏବଂ ୧୦ ଅଗଷ୍ଟ ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବ।
ଏହାସହ ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ବିହାରରେ ମଧ୍ୟ ମାଗଣା ବସ୍‌ ସେବା ମିଳିବ ।

ଗୋଟିଏ ଦିନ ପରେ ଶ୍ରାବଣ ପୂର୍ଣ୍ଣିମା; ପୁଣି ଗ୍ରହଙ୍କ ଦୁର୍ଲ୍ଲଭ ଯୋଗ.. ଏହି ୫ ରାଶିଙ୍କ ପାଇଁ ଆସୁଛି ବଡ ଖୁସି,ସଫଳତା, କିଣିବେ ଘର,ଗାଡି, ହେବେ ଭାଗ୍ୟଶାଳୀ..

- Advertisement -

ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର..

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories