www.samajalive.in
Saturday, December 13, 2025
23.1 C
Bhubaneswar

୨୦ ଲକ୍ଷ ନେବା ପରେ ବି ଅପହୃତ ଯାଆଁଳା ଭାଇଙ୍କୁ ହତ୍ୟା

ସତନା : ମଧ୍ୟପ୍ରଦେଶ ସତନା ଜିଲାର ଚିତ୍ରକୂଟରୁ ଫେବୃଆରୀ ୧୨ରେ ଅପହୃତ ଯାଆଁଳା ଭାଇ ଶ୍ରୀୟାଁଶ ଏବ ପ୍ରିୟାଁଶଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉତ୍ତରପ୍ରଦେଶ ବାନ୍ଧାର ଯମୁନା ନଦୀରୁ ଶନିବାର ହାତ, ଗୋଡ଼ ବନ୍ଧା ଅବସ୍ଥାରେ ଦୁଇ ଭାଇଙ୍କ ଶବ ମିଳିଛି। ଅପହରଣକାରୀମାନେ ୨୦ ଲକ୍ଷ ଟଙ୍କା ନେବା ପରେ ବି ପିଲା ଦ୍ୱୟଙ୍କୁ ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପୁଲିସ୍‍ ସୂଚନା ଅନୁସାରେ ଅପହରଣକାରୀ ଦୁଇ କୋଟି ଟଙ୍କା ମାଗିଥିଲେ। ଘରଲୋକେ ୨୦ ଲକ୍ଷ ଟଙ୍କା ଦେଇ ସାରିଥିଲେ। ଏହି ଘଟଣାରେ ପୁଲିସ୍‍ ୬ ଜଣଙ୍କୁ ଗିରଫ କରିଛି। ମାମଲାକୁ ନେଇ ଦୁଇ ରାଜ୍ୟରେ ରାଜନୈତିକ ଅଭିଯୋଗ-ପ୍ରତିଅଭିଯୋଗ ଆରମ୍ଭ ହୋଇଯାଇଛି। ଅପହୃତ ଯାଅାଁଳା ଭାଇଙ୍କୁ ହତ୍ୟା ନେଇ ଖବର ମିଳିବା ପରେ ଚିତ୍ରକୂଟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକମାନେ କେତେକ ସ୍ଥାନରେ ଭଙ୍ଗାରୁଜା କରିଛନ୍ତି।
ମୃତ ଯାଅାଁଳା ଭାଇଙ୍କ ବୟସ ୬ ବର୍ଷ ଲେଖାଏଁ ଥିଲା। ସେମାନଙ୍କ ଘର ଉତ୍ତରପ୍ରଦେଶର ରାମଘାଟରେ। ତାଙ୍କ ବାପା ବ୍ରିଜେଶ ରାୱତ ଜଣେ ତେଲ ବ୍ୟବସାୟୀ। ଶିଶୁ ଦ୍ୱୟ ମଧ୍ୟପ୍ରଦେଶ ଚିତ୍ରକୂଟସ୍ଥିତ ଏକ ସ୍କୁଲରେ ପଢୁଥିଲେ। ଘଟଣା ଦିନ ଶିଶୁ ଦ୍ୱୟ ସ୍କୁଲରୁ ବସ୍‍ ଯୋଗେ ଘରକୁ ଫେରୁଥିବାବେଳେ ମୁଖା ପିନ୍ଧା ଦୁଇ ଜଣ ଯୁବକ ବନ୍ଧୁକ ଦେଖାଇ ବସ୍‍କୁ ଅଟକାଇଥିଲେ। ସେଠାରୁ ସେମାନେ ଶିଶୁ ଦ୍ୱୟଙ୍କୁ ଅପହରଣ କରିନେଇଥିଲେ। ଶିଶୁ ଦ୍ୱୟଙ୍କୁ ମୁକୁଳାଇବା ପାଇଁ ସେମାନେ ୨ କୋଟି ଟଙ୍କା ମାଗିଥିଲେ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories