ବ୍ରହ୍ମଗିରି: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଚିଲିକା ନୂଆପଡ଼ା ରେଞ୍ଜ ଅଞ୍ଚଳରେ ଚିଲିକା ହ୍ରଦର ନୂଆପଡ଼ା ଘାଟରୁ ମୃତ ଡଲ୍ଫିନ୍ ଉଦ୍ଧାର ହୋଇଛି । ବନବଭାଗ ପକ୍ଷରୁ ମୃତ ଡଲ୍ଫିନ୍ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । ମୃତ ଡଲ୍ଫିନ୍ର ଲମ୍ବା ୫ ଫୁଟ୍ ୮ ଇଞ୍ଚ ଲମ୍ବ, ୩ ଫୁଟ୍ ଗୋଲେଇ ଏବଂ ଓଜନ ପ୍ରାୟ ୫ ଶହ କିଲୋରୁ ଅଧିକ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ମୃତ ଡଲ୍ଫିନ୍ ଗତକାଲି ରାତିରୁ ସେଠାରେ ଭାସୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।



