www.samajalive.in
Saturday, December 13, 2025
21.1 C
Bhubaneswar

ଉତ୍ତରକାଶୀରେ ବାଦଲଫଟା ବର୍ଷା ; ସାଂସଦଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲ ଫଟା ବର୍ଷା କାରଣରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଗଙ୍ଗୋତ୍ରୀ ଧାମ ପୂର୍ବରୁ ଥିବା ଜନବସତି ଧରାଲୀ ଗାଁରେ ପାହାଡରେ ବାଦଲଫଟା ବର୍ଷା ସହ ହର୍ଷିଲ ଘାଟୀରେ ଆର୍ମି କ୍ୟାମ୍ପ ନିକଟରେ ମଧ୍ୟ ବାଦଲଫଟା ବର୍ଷା ହୋଇଛି। ଏହାପରେ ପ୍ରକୃତିର ତାଣ୍ଡବରେ ସବୁକିଛି ନଷ୍ଟ ହୋଇ ପାଣିରେ ଭାସି ଯାଇଛି । ଧରାଲୀ ଘଟଣାକୁ ନେଇ ଉତ୍ତରାଖଣ୍ଡର ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି। ଏହାସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବାଦଲଫଟା ବର୍ଷା ପରେ ମାଟି ଅତଡା, ପାଣିର ସୁଅ ଓ ବଡ ବଡ ପଥର ପାଣି ସହ ଆସି ତାଣ୍ଡବ ସୃଷ୍ଟି କରିଛି ।
ପ୍ରାୟ ୨୦୦ ଜଣ ନିଖୋଜ ହୋଇଛନ୍ତି, ସେନା କହିଛି ଯେ ୯ ଜଣ ସୈନିକ ମଧ୍ୟ ନିଖୋଜ ଅଛନ୍ତି, ସେମାନଙ୍କର ସନ୍ଧାନ ଜାରି ରହିଛି। ଖୀରଗଙ୍ଗା ନଦୀରେ ବନ୍ୟା ଆସିଛି ଏବଂ ନଦୀରେ ପ୍ରବାହିତ ହେଉଛି। ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି, ସେନା ଏବଂ ପୁଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେହିପରି ଖୀରଗଙ୍ଗା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ସତର୍କ କରାଯାଉଛି।

- Advertisement -

ଏନଡିଆରଏଫ ଡିଆଇଜି କହିଛନ୍ତି ଯେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ୪ ଜଣଙ୍କର ମୃତ୍ୟୁ ହୋଇଛି, ୫୦ରୁ ଅଧିକ ନିଖୋଜ ଅଛନ୍ତି। ଏହା ବ୍ୟତୀତ ଆଉ ୨ ଟି ସ୍ଥାନରେ ବନ୍ୟା ଆସିଛି। ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି, ତେଣୁ ଉଦ୍ଧାରକାର୍ଯ୍ୟରେ ବିଳମ୍ବ ହେଉଛି । ୩ ଟି ଦଳ ଅପରେସନ ପାଇଁ ଯାଇଛନ୍ତି। କିଛି ଦଳ ଡେରାଡୁନରେ ଏୟାରଲିଫ୍ଟିଂ ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ଖରାପ ପାଗ ଯୋଗୁଁ ଏହା ସମ୍ଭବ ହୋଇପାରୁ ନାହିଁ । ବର୍ତ୍ତମାନ ଆଇଟିବିପି, ସେନା ଘଟଣାସ୍ଥଳରେ କାମ କରୁଛନ୍ତି, ୧୫୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏନଡିଆରଏଫ ଦଳ ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରୁଛି।

୯୫ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି କିଣିବେ ଘର,ଗାଡି, ହେବେ ହଠାତ୍‌ ଧନୀ, ଦୂର ହେବ ବିବାହ ସମସ୍ୟା..

ବଡ ଝଟକା; ସୁପ୍ରିମ ନିଷ୍ପତ୍ତି , ବଢିବ ବିଜୁଳି ବିଲ୍‌!

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories