www.samajalive.in
Saturday, December 6, 2025
23.1 C
Bhubaneswar

ରେପୋ ରେଟ୍‍ ଅପରିବର୍ତ୍ତିତ, ଇଏମ୍‍ଆଇରେ ମିଳିବନି ଆଶ୍ୱସ୍ତି

ନୂଆଦିଲ୍ଳୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋ ରେଟ୍‍ ଅପରିବର୍ତ୍ତିତ ରହିଛି । ଏନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ମୁଦ୍ରା ନୀତି କମିଟିର ତିନି ଦିନିଆ ବୈଠକ ପରେ ସୁଧ ହାର ଉପରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥର ରେପୋ ରେଟ୍‍ କୁ ସ୍ଥିର ରଖାଯାଇଛି । ବର୍ତ୍ତମାନ ପାଇଁ ଆରବିଆଇ ରେପୋ ରଟ୍‍ ୫.୫୦ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ଗତ ଏମପିସି ବୈଠକରେ ରେପୋ ହାର ୫୦ବେସିସ୍‍ ପଏଣ୍ଟ ହ୍ରାସ କରାଯାଇଥିଲା । ଆରବିଆଇ ଫେବୃଆରୀ ଏବଂ ଏପ୍ରିଲରେ ମଧ୍ୟ ରେପୋ ହାର ୨୫-୨୫ ବେସିସ୍‍ ପଏଣ୍ଟ ହ୍ରାସ କରିଥିଲା ।
ରେପୋ ହାର ହେଉଛି ସେହି ହାର ଯେଉଁଥିରେ ଆରବିଆଇ ବ୍ୟାଙ୍କଗୁଡିକୁ ଟଙ୍କା ଋଣ ପ୍ରଦାପ କରିଥାଏ । ଯେତେବେଳେ ରେପୋ ହାର କମ୍‍ ଥାଏ, ବ୍ୟାଙ୍କ ଗୁଡିକ ପାଇଁ ଟଙ୍କା ଋଣ ନେବା ଶସ୍ତା ହୋଇଯାଏ । ଏହାସହିତ ସେମାନେ ଗ୍ରାହକମାନଙ୍କୁ କମ୍‍ ସୁଧ ହାରରେ ଟଙ୍କା ଋଣ ଦେଇପାରିବେ । ରେପୋ ହାର ହ୍ରାସ ହେବା ଦ୍ୱାରା ଗୃହ ଏବଂ କାର ଋଣ ଭଳି ଋଣ ଶସ୍ତା ହୋଇଥାଏ ।
ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ନୀତି ରେପୋ ହାରକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । ସେ କହିଛନ୍ତି ଯେ ମୁଦ୍ରାସ୍ପୀତି ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି । ମୂଳ ମୁଦ୍ରାସ୍ପୀତି ୪ପ୍ରତିଶତରେ ସ୍ଥିର ରହିଥିବା ବେଳେ ଅନେକ ବିକଶିତ ଦେଶରେ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories