www.samajalive.in
Saturday, December 6, 2025
15.1 C
Bhubaneswar

ଚୀନ୍‌କୁ ଛାଡ଼ି ଭାରତ ପଛରେ ପଡ଼ିଛି ଆମେରିକା

ନୂଆଦିଲ୍ଲୀ: ରୁଷ୍‌ରୁ ଅଶୋଧିତ ତେଲ କିଣିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବଳ ଭାରତ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ଚୀନ୍‌କୁ ଭୁଲି ଯାଇଛନ୍ତି। ଭାରତ ଅପେକ୍ଷା ଚୀନ୍‌ ରୁଷ୍‌ରୁ ଅଧିକ ପରିମାଣରେ ଅଶୋଧିତ ତେଲ ଆମଦାନୀ କରେ। ତଥାପି ଟ୍ରମ୍ପ ଚୀନ୍‌କୁ ଛାଡ଼ି ଭାରତ ପଛରେ ପଡ଼ିଛନ୍ତି। ଏନେଇ ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (ଜିଟିଆର୍‌ଆଇ) ଏକ ରିପୋର୍ଟ ପ୍ରକାଶ କରିଛି।

ଚୀନ୍‌ ରୁଷ୍‌ରୁ ସର୍ବାଧିତ ଅଶୋଧିତ ତେଲ ଆମଦାନୀ କରୁଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୨୪ରେ ଚୀନ୍‌ ରୁଷ୍‌ରୁ ୬୨.୬ ବିଲିୟନ ଡଲାର ମୂଲ୍ୟର ଅଶୋଧିତ ତେଲ ଆମଦାନୀ କରିଥିଲା। ଯାହା ଭାରତର ୫୨.୭ ବିଲିୟନ ଡଲାର ଠାରୁ ଅଧିକ। ତଥାପି, ଟ୍ରମ୍ପ ଚୀନ୍‌କୁ ଛାଡ଼ି ଭାରତ ପଛରେ ପଡ଼ିଛନ୍ତି। ରୁଷ୍‌ ସହ ବାଣିଜ୍ୟିକ ସମ୍ପର୍କ ପାଇଁ ଟ୍ରମ୍ପ ଭାରତ ଉପରେ ଜୋରିମାନା କରିବା ସହିତ ୨୫% ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି। ଏଥିସହ ଶୁଳ୍କକୁ ଯଥେଷ୍ଟ ବୃଦ୍ଧି କରିବାକୁ ମଧ୍ୟ ଧମକ ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଟ୍ରମ୍ପଙ୍କ ଏହି ସମାଲୋଚନା ଓ ଶୁଳ୍କ ବୃଦ୍ଧିରୁ ଚୀନ୍‌ ବାଦ୍‌ ପଡ଼ିଛି। ଭାରତ ଅପେକ୍ଷା ଚୀନ୍‌ ରୁଷ୍‌ରୁ ଯଥେଷ୍ଠ ଅଧିକ ଅଶୋଧିତ ତେଲ ଆମଦାନୀ କରୁଛି। ତଥାପି ଟ୍ରମ୍ପ ଚୀନ୍‌ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି କି ଚୀନ୍‌ ବିରୋଧରେ ପଦୁଟିଏ ମନ୍ତବ୍ୟ ଦେଇନାହାନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories